AOSCF ର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିିଡା ଗାନ୍ଧୀନଗର ଠାରେ ଆଜି ଅଲ ଓଡ଼ିଶା ସିଡୁଲ କାଷ୍ଟ୍ ଫେଡେ଼ରେଶନ (ଏ.ଓ.ଏସ.ସି.ଏଫ) ର ପଞ୍ଚାୟତ ସ୍ତରୀୟ କର୍ମ କର୍ତ୍ତା ଚୟନ କରାଯାଇଛି । ଅବସରପ୍ରାପ୍ତ ଶିକ୍ଷକ ଘାସିରାମ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲା ଏଓଏସସିଏଫ୍ର ଉପ ସଭାପତି ଟୁକୁମଣି ସୁନା, ଜିଲ୍ଲା ଏଓଏସସିଏଫ୍ ର ସାଂସ୍କୃତିକ ବିଭାଗ ମୁଖ୍ୟ ମଧୁସୂଦନ ବାଗ, ଏଓଏସସିଏଫ୍ ର କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା ପ୍ରମୁଖ ଉପସ୍ଥିତି ଥିଲେ । ସର୍ବସମ୍ମତି କ୍ରମେ ରିଷିିଡା ପଞ୍ଚାୟତ ଏଓସସିଏଫ ର ସଭାପତି ଭାବେ ସଚ୍ଚିଦାନନ୍ଦ ନାଏକ, ଉପ ସଭାପତି ଭାବେ ଗଭୀର ସୁନା, ସମ୍ପାଦକ ଭାବେ ଥୟଚନ୍ଦ୍ର କୁମାର, ସହ ସମ୍ପାଦକ ଭାବେ ଅଂଜୁ କୁମାର ସୁନା ଓ କୋଷାଧ୍ୟକ୍ଷ ଭାବେ ଶରତ ବାରିକ ମନୋନୀତ ହୋଇଛନ୍ତି । ଉକ୍ତ ସଭାରେ ସାମ୍ବାଦିକ ସତ୍ୟନାରାୟଣ କୁମାର, ପ୍ରଭାକର କୁମାର, ଦଣ୍ଡପାଣି ନାଏକ, କମଳ କୁମାର, ବିଶିକେଶନ ସୁନା, ହଂସରାଜ ସୁନା, ନରେନ୍ଦ୍ର ନାଗ, ବିବେକ ସୁନା, ଗିରିଶ ଚନ୍ଦ୍ର ସୁନା, କବିରାଜ ନାଏକ, ରଞ୍ଜନ ନାଏକ, ସୁଶିଲ କୁମାର, ଶତ୍ରୁଘନ ସୁନା, ପ୍ରକାଶ ସୁନା, ନିଲୁ ସୁନା, ଧନଞ୍ଜୟ ନାଗ, ଦେବେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ଏଓଏସସିଏଫ୍ ପାଇଁ ନିଃସ୍ଵାର୍ଥପର ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.