ତିନିଦିନରେ ସଂପୂର୍ଣ୍ଣ ରାମଲୀଳା ହେବ ମଞ୍ଚସ୍ଥ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କରୋନା କଟକଣା ପାଇଁ ଦୁଇବର୍ଷ ପରେ ଚଳିତବର୍ଷ ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ପ୍ରଥମ ରଜନୀ (ସୋମବାର)ରେ ଆଦ୍ୟ କାଣ୍ଡ ଓ ଅଯୋଦ୍ଧା କାଣ୍ଡ ମଂଚସ୍ଥ ହେଇଯାଇଛି । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା, ବଳିଷ୍ଠ ନିର୍ଦ୍ଦେଶନାରେ, ସଭାପତି ଜୀବେଶ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ପ୍ରଥମ ଦିବସରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ପ୍ରଥମ ଦିବସ ମଂଚ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥଭାବରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଓ ସମ୍ମାନୀତ ଅତିଥି ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି କରୁଣାକର ଦାସ ଯୋଗଦେଇ ଏହି ମହାନସଂସ୍କୃତିର ମହାନତା ସଂପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିବା ସହ ଏହି ସଂସ୍କୃତି ସବୁଦିନ ପାଇଁ ଜୀବିତ ରହିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ କଲମପୁର ଗ୍ରାମର ବରିଷ୍ଠ ଅଭିନେତା ନାସିର ମହମ୍ମଦଙ୍କୁ ମାନପତ୍ର ଓ ଉପାୟନ ଦେଇ ଅତିଥିମାନେ ସମ୍ମାନୀତ
କରିଥିଲେ । ପ୍ରଥମ ରଜନୀରେ ଦସ୍ୟୁ ରତ୍ନାକର,ବାଲ୍ମିକୀ ଚରିତ୍ର, ଶ୍ରବଣକୁମାରଙ୍କ ପିତୃମାତୃ ଭକ୍ତି, ବେଦମତୀର ଆତ୍ମଦାହ ଓ ଅଯୋଧ୍ୟାକାଣ୍ଡରେ ତାଡ଼କା ବଧ, ଅହଲ୍ୟା ଉଦ୍ଧାର, ନାବିକର ଗଂଗାପାରି, ଶିବଧନୁ ଭଙ୍ଗ, ରାମଲକ୍ଷ୍ମଣସୀତାଙ୍କ ବନବାସ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ମୁଖ୍ୟ ଭୁମିକାରେ ରାମ: ଅମନ ରାୟଗୁରୁ, ଲକ୍ଷ୍ମଣ: ଶାଶ୍ୱତ ଦଣ୍ଡିଆ, ସୀତା: ବିପ୍ରବର ଭୋଇ, ଜନକ: ଅକ୍ରୁର ମହାରଣା, ନାରଦ: ଦିଲ୍ଲୀପ ତ୍ରିପାଠୀ, ବ୍ରହ୍ମା: ଅରୁଣ ହାତୀ, ବିଶ୍ୱାମିତ୍ର: ବାବୁଲି ମହାନ୍ତି, ଦସ୍ୟୁ ରତ୍ନାକର/ବାଲ୍ମିକୀ: ରଞ୍ଜନ ମହାରଣା, ଶିବ: ଅଜିତ ସିଂହ, ନାରଦ, ନାବିକ, ମନ୍ଥରା: ଦିଲିପ ତ୍ରିପାଠୀ, ଜନକ: ମଧୁ ସୂଦନ ସିଂହ, ପର୍ଶୁରାମ: ମହେନ୍ଦ୍ର ଭଏଁସାଲ, ବରୁଣ: ଲକ୍ଷ୍ମୀଧର ସିଂହ, କୈକେୟୀ: ମଣ୍ଟୁ ବାରିକ୍, ଇନ୍ଦ୍ର: ଦେବେନ୍ଦ୍ର ମହାନ୍ତି, ସୁମନ୍ତ୍ର: ଉପେନ୍ଦ୍ର ମହାଖୁଡ଼, ଅନ୍ଧକ: ଶ୍ରୀପତି ପଟ୍ଟନାୟକ, ସତ୍ୟବତୀ: କେଶବ ଦଣ୍ଡିଆ, ଶବଣ କୁମାର/ଅମ୍ବରୀଶ: ପ୍ରଦୀପ ସିଂ, ଦଶରଥ: ବିରେନ୍ଦ୍ର ରଥ, ବଶିଷ୍ଠ: ଡ଼ମ୍ବରୁଧର ଭୋଇ, ବାମଦେବ: ବସନ୍ତ ନାୟକ, ରାବଣ: ସାଇପ୍ରସାଦ ମହାରଣା (ବଡ଼) ପ୍ରମୁଖ ଅଭିନୟ କରୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମହେଶ୍ୱର ସାହୁ (ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ଶିଶୁ କଣ୍ଠଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ସ୍ମୃତିରେଖା ପାଢୀ, ରୁବି ବେହେରା, ତ୍ରିଲୋଚନ ସୁନା, ଜଗମୋହନ ସାହୁ ଓ ବାଦ୍ୟଯନ୍ତ୍ରରେ, ଯୁଧିଷ୍ଟିର ବେହେରା, ଭରତ ରାଉତ, ପ୍ରଶାନ୍ତ, ଦିଲ୍ଲୀପ, ନୀର, କାହ୍ନୁ ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା ଓ ମଞ୍ଚ ସାଜସଜ୍ମା ବୀରେନ୍ଦ୍ର ମହାରଣା, କାଲୁ ମହାରଣା ପ୍ରମୁଖ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀରାମ ଜୀଉ ଅନୁଷ୍ଠାନର ସଦସ୍ୟବୃନ୍ଦ ସହଯୋଗ କରୁଛନ୍ତି ।