“ସ୍ଵାସ୍ଥ୍ୟସେବାକୁ ଗ୍ରାମାଭିମୁଖୀ କରିବାରେ ସ୍ଵାସ୍ଥ୍ୟମେଳାର ଭୂମିକା ପ୍ରଶଂସନୀୟ”

● ଚିକିତ୍ସିତ ହେଲେ ୧୦୩୯ ରୋଗୀ

● ଲାଗିଲା ସ୍ଵାସ୍ଥ୍ୟ ସଚେତନତା ଷ୍ଟଲ

● ପ୍ରଦର୍ଶିତ ହେଲା ସ୍ଵାସ୍ଥ୍ୟ ସଚେତନତାଧର୍ମୀ ନାଟକ

ଓଡ଼ିଆ ବାର୍ତ୍ତା/ ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ତଥା ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ସଫଳ ଭାବେ ଆୟଜିତ ହୋଇଯାଇଛି। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ଏହି ସ୍ଵାସ୍ଥମେଳାରେ ୧୦୩୯ ଲୋକ ପଞ୍ଜିକୃତ ହୋଇ ବିଭିନ୍ନ ରୋଗ ପାଇଁ ଚିକିତ୍ସା ସୁବିଧା ପ୍ରାପ୍ତ ହୋଇଥିଲେ। ଡାକ୍ତର ସଞ୍ଜୟ କୁମାର ପ୍ରଧାନ, ଡାକ୍ତର ଦିଲ୍ଲୀପ କୁମାର ପୁରୋହିତ, ଡାକ୍ତର କ୍ଷୀରୋଦ କୁମାର ମିଶ୍ର, ଡାକ୍ତର ମୁକେଶ ମେହେର, ଡାକ୍ତର ସରୋଜ ମେହେର, ଡାକ୍ତର ଦେବେଶ କୁମାର ପଣ୍ଡା ପ୍ରମୂଖ ବିଭିନ୍ନ ବିଭାଗରେ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ। ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କ ଅନଲାଇନରେ ସ୍ଵାସ୍ଥ୍ୟ ପରିଚୟ ପତ୍ର ସୃଷ୍ଟି କରାଯାଇଥିଲା। ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସଚେତନତା ଷ୍ଟଲ ସହ, ପାରମ୍ପରିକ ଲୋକ ‍କଳାକାରଙ୍କ ଦ୍ଵାରା ସ୍ଵାସ୍ଥ୍ୟ ସଚେତନଧର୍ମୀ ନାଟକ ପ୍ରଦର୍ଶନ ଏବଂ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବାକୁ ସୁଦୃଢ କରିବା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟା ସଶ୍ମିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମଧୁସୁଦନ ଓତା, ଡିପିଏମ ବିଶ୍ଵମ୍ଵର ବେହେରା ପ୍ରମୂଖ ବ୍ଲକ ସ୍ଵାସ୍ଥ୍ୟମେଳାର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଗ୍ରାମାଞ୍ଚଳରେ ଏହି ପରି ସ୍ଵାସ୍ଥ୍ୟମେଳା ବ୍ୟାପକ ଭାବେ ଆୟୋଜନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ସଭ୍ୟା ସସ୍ମିତା ନାୟକ, ଖଲିଆପାଲି ସମିତି ସଭ୍ୟଙ୍କ ପ୍ରତିନିଧି, ଲଚ୍ଛିପୁର ସରପଞ୍ଚ ଜ୍ୟୋତି ରଂଜନ ନୁଆଁଇ, ରେଙ୍ଗାଲି ସରପଞ୍ଚ ପ୍ରଦୀପ ବାଘ, ଛକୋରମାଲ ସରପଞ୍ଚଙ୍କ ପ୍ରତିନିଧି ଶଙ୍କର ସା ପ୍ରମୂଖ ମଂଚାସୀନ ଥିଲେ। ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀମାନେ ଆବାହନୀ ସଂଗୀତ ଗାନ କରିଥିଲେ। ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଵାସ୍ୟମେଳାଟି ଆୟୋଜିତ ହୋଇଥିବା ବେଳେ ପିଏଚଇଓ ପ୍ରଦ୍ୟୁମ୍ନ କୁମାର ସାହୁ ବିପିଏମ ଅଶୋକ ମିଶ୍ର, ସ୍ଵାସ୍ଥ୍ୟକର୍ମୀ ପ୍ରଶାନ୍ତ ସହୁ ଆୟୋଜନରେ ପ୍ରମୂଖ ଭୂମିକା ନର୍ବାହ କରିଥିଲେ। ସ୍ଵାସ୍ଥ ପରିଦର୍ଶକ ଶାନ୍ତ୍ଵନୁ ମହେର, ସୀମାଞ୍ଚଳ ଦାଶ, ରଂଜିତା ପଣ୍ଡା, ଦୀପକ ସାହୁ, ସୀତୁ ସାହୁଙ୍କ ସମେତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସ୍ଵାସ୍ଥ୍ୟମେଳା ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.