ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ସାପ୍ତାହିକ ହାଟ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜନସେବା କ୍ରମରେ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣାଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷl କୁନି ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରିଷିଡା ସମିତି ସଭ୍ୟ ସିନୁ ବେହେରା, ସରପଞ୍ଚ ସେବତୀ ରଣା, ପୌରକେଲାର ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ଭୋଇ, ବରିଷ୍ଠ ନେତା ନେମିଚାନ୍ଦ ଜୈନ, ଶିବଲାଲ କେଡ଼ିଆ, ପୌରକେଲା ସମିତି ସଭ୍ୟ ସୁଧୀର ଭୋଇ, ରିଷିଡା ନାଏବ ସରପଞ୍ଚ ନରେଶ ଦାସ, ବ୍ଲକ ଯୁବ ବିଜେଡି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା, ବୁଲୁ ଭୋଇ, ବବଲୁ ଦଣ୍ଡସେନା, ଲୁନା ଦାସ ପ୍ରମୁଖ ଯୋଗଦେଇ ଆଜି ହାଟକୁ ଆସିଥିବା ଗ୍ରାହକ ଓ ପଥିକ ମାନଙ୍କୁ ଜଳ ବଣ୍ଟନ କରିଥିଲେ ।