କବିତା: ଅକ୍ଷୟ ତୃତୀୟା

✍🏾ତ୍ରିନାଥ ପଟ୍ଟନାୟକ

ଆଜ ପୁରା ଅକ୍ଷୟ ତୃତୀୟା
ନାମେ ଜଗତ ବିଖ୍ୟାତ
ଦିନ ଏହି ଯେ ଅତି ପବିତ୍ର
ବିଶ୍ଵଭୁବନେ ଯେ ଖ୍ୟାତ ।।

Omkar Vasthu
Omkar Vasthu

ଆବିର୍ଭୁତ ନେଲେ ଆଜ ଦିନେ
ଭଗବାନ ପର୍ଶୁରାମ
ମାଁ ଗଙ୍ଗା ସ୍ବର୍ଗୁ ହେଲେ ଆଗତ
ଧରାମୁଖେ କଲେ କର୍ମ ।।

Pearl dental clinic
Near Ashish Medical Store, Bhawanipatna

ସର୍ବ କାର୍ଯ୍ୟ ସିଦ୍ଧି ରହି ଅଛି
ଆଜ ଅକ୍ଷୟ ତୃତୀୟା
ସୁବର୍ଣ୍ଣ ଯଦି କରିବ କ୍ରୟ
ହେବ ଯେ ଲକ୍ଷ୍ମୀଙ୍କ ଦୟା ।।

Udyog Nursery
Udyogi Nursery

ସୂର୍ଯ୍ୟ କିରଣ ହେବ ପ୍ରଖର
ପଡେ ଏଯେ ଧରଣୀରେ
ଶୁଭ ଅନୁକୂଳ କାର୍ଯ୍ୟ ହେବ
ସଫଳ ଲଭେ ଏ ବାରେ ।।

ହିନ୍ଦୁ ଶାସ୍ତ୍ର ମତେ ଯେ ରହିଛି
ପକାଇବ ଅଖି ମୁଠି
ଶୁଭ ଏହି ଅକ୍ଷୟ ତୃତୀୟା
ହେବ ସଦା ଅନ୍ନ ବୃଷ୍ଟି ।।

ଅଧ୍ୟାପକ ତଥା କବି
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ
ମୋ: 9438362172

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.