ନର୍ଲାରୋଡ ଷ୍ଟେସନରେ ଗେଙ୍ଗ୍ ମ୍ୟାନଙ୍କ ମୃତ୍ୟୁ

ଭାଇ ଓ ବନ୍ଧୁ ପରିଜନ ଆସି ସ୍ଥାନୀୟ ସାନ୍ଦୁଲ ନଦୀ କୂଳରେ କଲେ ଶବ ସତ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ରେଳ ଷ୍ଟେସନ ପ୍ରବେଶ ଦ୍ୱାରର ବାମ ପାର୍ଶ୍ୱ ପାଚେରୀ କାନ୍ଥ ନିକଟରେ ନର୍ଲାରୋଡ ରେଳ ଷ୍ଟେସନରେ ଗେଙ୍ଗ ମ୍ୟାନ ଭାବରେ କାର୍ଯ୍ୟରତ ଫଗନୁ ସୁନା (୫୭)ଙ୍କ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ନିଜ ଘର ଟିଟିଲାଗଡରେ ବୋଲି ଜଣାପଡିଛି । କିଛି ଷ୍ଟେସନ କର୍ମଚାରୀଙ୍କ କହିବାନୁଯାୟୀ ଗତକାଲି ଫଗନୁ ସୁନା ଅମ୍ବାଦଳା ପଟୁ ୩.୩୦ ରେ ନର୍ଲାରୋଡକୁ ରାୟଗଡା -ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଫେରିଥିଲେ । କ’ଣ କାମ ନେଇ କେଉଁଠିକି ଯାଇଥିଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ଇଣ୍ଟରସିଟି ଏକ୍ସପ୍ରେସ୍ ରୁ ଓହ୍ଲାଇଥିବା ଷ୍ଟେସନ କର୍ମଚାରୀ ଓ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶି ମାନେ ଆଲୋଚନା କରୁଥିବା ଜଣାପଡିଛି । ସ୍ୱର୍ଗତ ଶ୍ରୀ ସୁନା ମଦନିଶାରେ ଚୁର ଥିଲେ ଦିନ ତମାମ କିଛି ଖାଇନଥିବା ବେଳେ ସାରା ଦିନ ଖରାରେ ବୁଲାବୁଲି କରିଥିଲେ । ସଂଧ୍ୟା ସମୟରେ ଷ୍ଟେସନ ପରିସରରେ ଏପାଖ ସେପାଖ ହେବା ପରେ ପାଚେରୀ କାନ୍ଥ କୋଣକୁ ଶୋଇ ପଡିଥିଲେ । ରାତି ୮ ଘଣ୍ଟା ସମୟରେ ବୁଲା କୁକୁର ମାନେ ବହୁତ ଭୁକିବାରୁ କିଛି ବ୍ୟକ୍ତି ଫଗନୁକୁ ଉଠାଇବାକୁ ଯାଇ ଫଗନୁ ମରିଯାଇଥିବା ଜାଣିବାକୁ ପାଇଲେ । ଏହା ଆଜିକାର କଥା ନୁହଁ ସ୍ୱର୍ଗତ ଫଗନୁ ପ୍ରାୟତଃ ମଦ ନିଶାରେ ସବୁ ବେଳେ ରହୁଥିଲେ । ଭଲ ଭାବରେ ଖିଆପିଆ କରୁନଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତକାଲି ସେ ବହୁତ ମଦ ପିଇଥିବା ବେଳେ ଦିନସାର ନଖାଇ ପ୍ରବଳ ଖରା ଓ ଝାଞ୍ଜି ପବନ ଯୋଗୁଁ ଅଂଶୁଘାତର ଶିକାର ହୋଇଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଷ୍ଟେସନ ଅଧିକ୍ଷକ ଗେଙ୍ଗମ୍ୟାନ ଶ୍ରୀ ସୁନାଙ୍କ ମୃତ ଖବର ତାଙ୍କ ଘର ଟିଟିଲାଗଡକୁ ଜଣାଇବା ରୁ ଟିଟିଲାଗଡରୁ ତାଙ୍କର ଭାଇମାନେ ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ୍ ରେ ଆସି ଶବ ସତ୍କାର କରିଥିବା ଜଣାପଡ଼ିଛି । ହେଲେ ଗତକାଲି ସଂଧ୍ୟା ୬ ଘଣ୍ଟା ସମୟରୁ ଷ୍ଟେସନ କର୍ମଚାରୀ ଫଗନୁ ସୁନା ଷ୍ଟେସନ ପାଚେରୀ କାନ୍ଥ ପାଶ୍ୱର୍ରେ ପଡି ରହିଥିଲେ ମଧ୍ୟ ଷ୍ଟେସନ କତ୍ତୃପକ୍ଷ ଡାକ୍ତରଖାନା ନନେବା ଭଳି ଅମାନବୀୟ ବିଷୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦୁର୍ଭାଗ୍ୟ ଜନକ ବୋଲି କହୁଥିବା ଶୁଣିବାକୁ ମିଳୁଛି । ରାୟଗଡା ସମ୍ବଲପୁର ଇଂଟରସିଟି ଏକ୍ସପ୍ରେସ ଟ୍ରେନରେ ମୃତ ଫଗନୁର ଭାଇ ଓ ବନ୍ଧୁ ପରିଜନ ଆସିବା ପରେ ସେମାନଙ୍କୁ ମୃତ ଦେହ ପ୍ରଦାନ କରାଯାଇଥିଲା । ସେମାନେ ଫଗନୁଙ୍କ ମୃତ ଦେହକୁ ନେଇ ସାନ୍ଦୁଲ ନଦୀ ପାର୍ଶ୍ୱରେ ଦାହ ସଂସ୍କାର କରିଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.