ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ନୂତନ ଶାଖା ଡାକଘର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ଦ୍ୱାରା ଆଜି ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ଏକ ନୂତନ ଶାଖା ଡାକଘର ଉଦଘାଟିତ ହୋଇଯାଇଛି। ବହୁ ପ୍ରତିକ୍ଷିତ ଏହି ଡାକଘର ଖୋଲିବା ପରେ ଅଞ୍ଚଳବାସୀ ଉପକୃତ ହେବେ, ତେଣୁ ସେମାନଙ୍କ ମଧ୍ୟରୁ ଖୁସିର ଲହରୀ ଖେଳିଯାଇଛି।

ବର୍ତ୍ତମାନର ସମୟରେ ନୂତନ ଜ୍ଞାନ କୌଶଳ ସହ ଚାଲିଥିବା ଡାକସେବା ଉଲିକୁପା ପଞ୍ଚାୟତବାସୀ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ବହୁ କାମକୁ ଆସିବ ବୋଲି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ମାଝୀ ମତବ୍ୟକ୍ତ କରିଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉଲିକୁପା ସରପଞ୍ଚ ଦୀପାଞ୍ଜଳୀ ଶବର, ସମିତି ସଭ୍ୟା ନିଳେନ୍ଦ୍ରୀ ସାହୁ, ନାଏବ ସରପଞ୍ଚ ରୀତା ମାଝୀ, ଡାକ ଅଧିକାରୀ ଏସପି ମହୋଦୟ, ଡାକ ମାଷ୍ଟର ବିରେନ୍ଦ୍ର ରଣାଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.