ଯୁବକଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀ ପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟନାସ୍ଥଳରେ ପହଁଞ୍ଚି ଶବ ଜବତ କରିଛନ୍ତି । ମୃତ ଯୁବକ ଜଣକ ଗଜବାହାଲ ଗ୍ରାମର କ୍ଷୀରମଣି ସେଠ ବୋଲି ଜଣାଯାଇଛି । କ୍ଷୀରମଣି ଡ୍ରାଇଭର କାମ କରୁଥିଲେ ଓ ଗତକାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ ବୋଲି ତାଙ୍କ ପତ୍ନୀ ସୁବାସିନୀ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଓ ସାଇଣ୍ଟିଫିକ ଟିମ ପହଁଞ୍ଚି ଶବ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଯାଇଥିବା ଜଣାଯାଇଛି । ତେବେ ମୃତକ ବିବାହିତ ଓ ତାଙ୍କର ଗୋଟିଏ ଶିଶୁପୁତ୍ର ଅଛି । ବ୍ୟବଚ୍ଛେଦ ପରେ ମୃତ୍ୟୁ ନା ଅପମୃତ୍ୟୁ ସ୍ପଷ୍ଟ ହେଇଯିବ ବୋଲି ପୋଲିସ କହିଛି । ଏନେଇ ମ ରାମପୁର ଥାନାରେ କେଶ ନମ୍ବର ୧୧୩, ଦଫା ୩୦୨ରେ ମାମଲା ରୁଜୁ କରି ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଏହାର ତଦନ୍ତ କରୁଥିବା ଜଣାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.