ଏମିତି ରଙ୍ଗରେ ରଙ୍ଗେଇଦେଲ
ଏମିତି ମନକୁ ମଜେଇଦେଲ
କହ୍ନେଇ ହାତରେ ରଙ୍ଗ ପିଚକାରୀ
ରାଧାଙ୍କୁ କେଉଁଠି ଲୁଚେଇ ଦେଲ ।
ରାଧା ଲୁଚିଛନ୍ତି କବାଟ ଫାଙ୍କେ
ଲଳିତା ବିଶାଖା ଜମୁନା ଘାଟେ
ଖୋଜ ଶ୍ୟାମ ବନ୍ଧୁ ଉଛୁର ନକରି
ଚହଳ ପଡିଛି ଗୋପ କଟକେ ।
କହ୍ନେଇ ସହଜେ ଭାରି ଚତୁର
ସୁଦାମା ସୁବଳ ତହୁଁ ଆତୁର
ଗୋପୀ ଗୋପାଳୁଣୀ ଖୋଜନ୍ତି ଶ୍ରଦ୍ଧାରେ
ରାଧାଙ୍କୁ ପାଇଲେ ନନ୍ଦ ମନ୍ଦିର ।
ଆହେ ନୀଳମଣି ନୀଳ ରତନ
ମାଇଁ କୁ ଲୁଚାଇ କରି ଯତନ
ନିଜ ପାଖେ ରଖି ଖୋଜାଅ ଆମକୁ
କେଡେ ମାୟାକଲ ଆଜି ମୋହନ ।
ଵଂଇଶୀ ଵାଲା ମୋ ଭାରି ଗୁଣର
ମାଇଁ ପ୍ରେମେ ମଜ୍ଜେ ନଟ ନାଗର
ହୋଲି ଆସିଅଛି ଵାଜୁଛି ବାଜା ହୋ
ହସ କଉତୁକେ କମ୍ପେ ନଅର ।
ରାଧାମାଧଵ ମୋ ଖେଳିନ୍ତି ହୋଲି
ରଙ୍ଗ ବୋଳାଵୋଳି ଅବିର ଧରି
ଗୋପର ଵାଳକେ ନାଚ ଗୀତ ସଙ୍ଗେ
ଲଉଡି ଖେଳନ୍ତି ହୋଇଣ ମେଳି ।
ରାହାସ କୁମାର ବେହେରା
ବାଲ୍ୟମ୍ବା ,ଢେଙ୍କାନାଳ
ମୋ: ୯୪୩୮୧୧୪୩୬୮
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇