ନାମାଙ୍କନ ପତ୍ର କିଣାର ଚତୁର୍ଥ ଦିନ – ନୂଆପଡାରେ ବିଜେପି ରାଜ୍ୟ ସଭାପତିଙ୍କ ସମେତ ୧୭ ଓ ଖରିଆରରେ ୧୦ ଜଣ କିଣିଲେ

ନୂଆପଡ,୨୨/୩ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର କିଣିବାର ଗୁରୁବାର  ଥିଲା ଚତୁର୍ଥ ଦିନ । ନୂଆପଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଙ୍କ ସହ ଆହୁରି ୧୬ଜଣ ନାମାଙ୍କନ ପତ୍ର କିଣି ଥିବା ବେଳେ ଖରିଆର ନିର୍ବାଚନ ମଣ୍ଡଳୀ ପାଇଁ ଲମ୍ବୋଦର ନିଆଲ ଙ୍କ ସହ ଆହୁରି ୯ଜଣ ନାମାଙ୍କନ ପତ୍ର କିଣିଛନ୍ତି ।

Omkar Vasthu
Omkar Vasthu

Advt.

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରକାଶ ଯେ ସାଧାରଣ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ରେ ଆସନ୍ତା ୧୧ ତାରିଖରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ନୂଆପଡା ଓ ଖରିଆର ବିଧାନସଭା ମଣ୍ଡଳୀ ରେ ଭୋଟ ଗ୍ରହଣ କରାଯିବ । ନୂଆପଡା ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ, କଂଗ୍ରେସ ସଭାପତି ଘାସିରାମ ମାଝୀ, ସୁରେନ୍ଦ୍ର ପଣ୍ଡା, ସୁରେଶ ଗୁପ୍ତା, ହେମକୁମାର ସାହୁ, ରାମଲାଲ ହଂସ, ସମାଜବାଦୀ ପାର୍ଟିର ଲୋଚନ ମାଝୀ, ଭୁଜବଳ ଅଡ଼ବଙ୍ଗ, ସମତାକ୍ରାନ୍ତି ଦଳ ର ଭରତ ତ୍ରିପାଠୀ, କମଲେଶ ଦୀକ୍ଷିତ, କମଲେଶ ସିଂ ଠାକୁର, ହୋମସିଂ ମାଝୀ ବିଜେପିରୁ, କୁନ୍ତୀ ସାହୁ ବହୁଜନ ସମାଜ ପାର୍ଟି, ପ୍ରସନ୍ନ ପାଢ଼ୀ, କିଶୋର କଠାର, କିଶୋର କୁମାର ବାଗ ପ୍ରମୁଖ ନାମାଙ୍କନ ପତ୍ର ନେଇଛନ୍ତି ।

Advt.

ଖରିଆର ପାଇଁ କଂଗ୍ରେସରୁ ଚନ୍ଦ୍ରଧ୍ୱଜ ବେହେରା, ବିଜେଡିରୁ ଲମ୍ବୋଦର ନିଆଲ, ସମତାକ୍ରାନ୍ତି ଦଳରୁ ରାମଚନ୍ଦ୍ର ତ୍ରିପାଠୀ, ବିଜେପିରୁ ସଞ୍ଜୟ ତିୱାରୀ, ବହୁଜନ ସମାଜ ପାର୍ଟିରୁ ପୂର୍ଣ୍ଣ ଚନ୍ଦ୍ର ନେତମ, କିଶୋର କୁମାର ବାଗ, ସମତାକ୍ରାନ୍ତି ଦଳ ରୁ ସଞ୍ଜୟ ନାୟକ, ଆମ ଆଦମୀ ପାର୍ଟିରୁ ରଙ୍ଗାଧର ମାଝୀ, ସମାଜବାଦୀ ପାର୍ଟିରୁ ବୁଧାରୁ ବିହାରୀ ପ୍ରମୁଖ ନାମାଙ୍କନ ପତ୍ର ନେଇଛନ୍ତି ।

Advt.

କିନ୍ତୁ ବର୍ତମାନ ସୁଦ୍ଧା ନୂଆପଡା ପାଇଁ କଂଗ୍ରେସ ରୁ ଶ୍ରୀ ଘାସିରାମ ମାଝୀ ଓ ବିଜେଡି ରୁ ରାଜେନ୍ଦ୍ର ଢୋଲକିଆ ଓ ସମତାକ୍ରାନ୍ତି ଦଳ ର ଭରତ ତ୍ରିପାଠୀ ପ୍ରାର୍ଥୀ ପତ୍ର ଦାଖଲ କରି ଥିବା ବେଳେ ଖରିଆର ପାଇଁ ଅଦ୍ୟବଧି କେହି ଜଣେ ହେଲେ ପ୍ରାର୍ଥୀ ପତ୍ର ଦାଖଲ କରି ନାହାନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.