ବୋବରିଆ-ଟେମରା ରାସ୍ତା ଶୋଚନୀୟ, ମରାମତି ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମେରା ପଞ୍ଚାୟତ କାର୍ଯ୍ୟାଳୟରୁ ବୋବରିଆ ଗ୍ରାମକୁ ସଂଯୋଗ କରୁଥିବା ୨.କିମି ରାସ୍ତା ଦିର୍ଘ ବର୍ଷରୁ ଶୋଚନୀୟ ହୋଇପଡିଛି । ଫଳରେ ଯାତାୟତ ସମୟରେ ଜନ ସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ବୋବରିଆ ଗ୍ରାମବାସୀ ପ୍ରଶାସନକୁ ବହୁବାର ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପ୍ରତିଦିନ ଛାତ୍ରଛାତ୍ରି ଏହି ରାସ୍ତା ଦେଇ ଟେମରାକୁ ପାଠ ପଡିଯାଉଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ରାସନ ସାମଗ୍ରୀ ଓ ବିଭିନ୍ନ କାମ ପାଇ ଯିବା ସମୟରେ ଲୋକେ ଅନେକ ହଇରାଣ ହରକତ ହେଉଛନ୍ତି । ବର୍ଷା ଦିନ ଆସିଲେ ପ୍ରତିବର୍ଷ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବାକୁ ପଡିଥାଏ । ଏହି ରାସ୍ତା ଅବସ୍ଥା ଦିର୍ଘ ବର୍ଷରୁ ଶୋଚନୀୟ ହୋଇ ପଡିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି । ଏଣୁ ଏହି ରାସ୍ତାର ଉନ୍ନତି କରିବା ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବୋବରିଆ ଗ୍ରାମର ବିବ୍ୟ ଶଙ୍କର ରାଉତ, ସୁବାଷ ଚନ୍ଦ୍ର ଲଦୁଆ, ଯୋଗେନ୍ଦ୍ର ଦଳପତି, କିରଣ ଧଙ୍ଗଡାମାଝୀ, ରସିକ ରାଜ ପୁଝାରୀ, ରୋହିତ କୁମାର ମାଝୀ, ତୁମେଶ୍ୱର ଧଙ୍ଗଡାମାଝୀ, ଟିକଚନ ବେଶ୍ରା, ତ୍ରିଭୂବନ ରାଉତ ସମେତ ପ୍ରମୂଖ ଗ୍ରାମବାସୀ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.