ଶ୍ରୀମନ୍ଦିର ସୁରକ୍ଷା ସମିତି ନର୍ଲାର ପ୍ରସ୍ତୁତି ବୈଠକ

ଶ୍ରୀମନ୍ଦିର ସୁରକ୍ଷା ନେଇ ଆନ୍ଦୋଳନ ଜୋରଦାର ହେବ -ସଭାପତି, ବିଶ୍ବହିନ୍ଦୁ ପରିଷଦ ନର୍ଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀ ମନ୍ଦିର ସୁରକ୍ଷା ସମିତି, ନର୍ଲାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବହିନ୍ଦୁ ପରିଷଦ ନର୍ଲାର ସଭାପତି ଗଗନ ବିହାରୀ ସା ଏବଂ ସଂଯୋଜକ ଅଜୟ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ବୈଠକରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀ ମନ୍ଦିର ସୁରକ୍ଷା ପାଇଁ କାନ୍ଥ ଲିଖନ, କରପତ୍ର ବଣ୍ଟନ, ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ପ୍ରତିବାଦ ଜଣାଇବା ଏବଂ ଜୁନ ୦୪/୨୦ ୨୨ ଶନିବାର ଦିନ ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଗଣ ଧାରଣା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ପୋଲିସ ପ୍ରଶାସନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଏବେ ବିପଦରେ । ରାଜ୍ୟ ବିଜେଡି ସରକାର ନିଜ ସ୍ୱାର୍ଥ ସାଧନ ନିମନ୍ତେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ ନାମରେ ମନ୍ଦିର ପାର୍ଶ୍ୱରେ ଖୋଳାଖୋଳି କରି ନିର୍ମାଣ କାର୍ଯ୍ୟ କରୁଥିବାରୁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି । ପ୍ରତ୍ନତାତ୍ତ୍ୱିକ ନିୟମ ଉଲଂଘନ କରି ସରକାର ମାନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ ଆଣୁଥିବା ବେଳେ ରାଜ୍ୟ ସରକାର ସମସ୍ତଙ୍କ କଥାକୁ ଓ ନିୟମକୁ ବେଖାତିର କରି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଏଣୁ ଏନେଇ ସାରା ରାଜ୍ୟର ଜଗନ୍ନାଥ ପ୍ରେମୀ, ହିନ୍ଦୁ ସଙ୍ଗଠନ ଗୁଡିକ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ପୂର୍ବ ପ୍ରସ୍ତୁତି ସବୁ ଆରମ୍ଭ ହୋଇ ଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.