କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ କାଉଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତ ବିଭାଗ ତରଫରୁ ଆୟୋଜିତ ଏହି ସମ୍ମିଳନୀକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା ସଭାପତିତ୍ବ କରିଥିଲେ। ଏଥିରେ ବରିଷ୍ଠ ଶିକ୍ଷକ ଜନ୍ମେଜୟ ଶବର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର, ଉପ ସଭାପତି ପୂର୍ଣ୍ଣମୀ ଶବର, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଗୋପାଳ ଦାସ ମହାନନ୍ଦ ତଥା ଯୁବ ସମାଜସେବୀ ନିଲେଶ କୁମାର ନାଗ ମଞ୍ଚାସୀନ ଥିଲେ। ପ୍ରଥମେ ପୂଜାର୍ଚ୍ଚନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଂଗୀତ ହୋଇଥିଲା। ଏହାପରେ ସ୍ଥାନୀୟ ଦୁଇ ବରିଷ୍ଠ ନାଗରିକ ବିଶ୍ଵନାଥ ଶବର ଓ ବନବାସ ବଗର୍ତ୍ତୀଙ୍କୁ ସ୍ବାଧୀନତାର ଅମୃତ ମହୋତ୍ସବରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଅନେକ ସମୟରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ଏହି ସମସ୍ୟା ମାନଙ୍କୁ ନେଇ ଅଭିଭାବକ ଓ ଶିକ୍ଷକ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ଶବର ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଥିବା ଅନେକ ଯୋଜନା ସଂପର୍କରେ ଅଭିଭାବକ ମାନଙ୍କୁ ସଚେତନ କରିବା ସହିତ ଛାତ୍ରଛାତ୍ରୀ କେମିତି ଶିକ୍ଷା କ୍ଷେତ୍ରରେ ଆଗେଇବେ ସେ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଅମୁଲ୍ୟ ନାଏକ ପରିଚାଳନା କରିଥିବା ବେଳେ ଶିକ୍ଷକ ଗୋକୁଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.