ଛତ୍ରପୁରର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଛତ୍ରପୁର ଗାଁର ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେଇ ଗାଁର ଜଣେ ବ୍ୟକ୍ତିଙ୍କୁ ଆଜି ଗିରଫ କରିବା ସହିତ କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ। ପୁଲିସର ସୂଚନାନୁସାରେ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଛତ୍ରପୁର ଗାଁର ମୀନକେତନ ବିଭାର ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡରେ ଜଣେ ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ସେଇ ଗାଁର ଜଣେ ମହିଳା ମଧ୍ୟ କଂପାନୀରେ କାମ କରନ୍ତି। ସେଇ ମହିଳାଙ୍କୁ ଅଭିଯୁକ୍ତ ମୀନକେତନ ଦୀର୍ଘ ଦିନ ହେଲା ପ୍ରେମ ନିବେଦନ କରିଆସୁଥିଲେ କିନ୍ତୁ ଏଥିରେ ମହିଳା ଜଣକ ରାଜି ନହେବାରୁ ଛତ୍ରପୁର ଏୟାରଷ୍ଟ୍ରିପ ନିକଟରେ ଛକି ରହିବା ସହିତ ଗତ ଛଅ ତାରିଖ ରାତିରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣକ ତାଙ୍କ କବଳରୁ ଖସି ପଳାଇଥିବା ବେଳେ ଲୋକଲଜ୍ଜା ଭୟରେ କାହାକୁ କିଛି ନକହି ଚୁପ୍ ରହିଥିଲେ। ମହିଳାଙ୍କ ନିରବତା ଯୋଗୁଁ ଅଭିଯୁକ୍ତ ମୀନକେତନ ସାହସ ପାଇବା ସହିତ ଶୁକ୍ରବାର ରାତିରେ ତାଙ୍କ ଶାଢୀ ଟଣାଓଟରା କରିବା ସହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥର ମଧ୍ୟ ମହିଳା ଜଣକ କୌଣସି ମତେ ତାଙ୍କ କବଳରୁ ଖସିଯାଇଥିବା ବେଳେ ଏନେଇ ପରିବାର ଲୋକଙ୍କୁ ଜଣାଇ ଲାଞ୍ଜିଗଡ ଥାନାରେ ଏତଲା ଦାୟର କରିଥିଲେ। ଏତଲା ଗ୍ରହଣ ପରେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ବିଳାସିନୀ ଭୋଇ ଘଟଣାର ତଦନ୍ତ କରିବା ସହିତ ଆଜି ଅଭିଯୁକ୍ତ ମୀନକେତନକୁ ଗିରଫ କରି ଥାନାକୁ ଆଣିବା ସହିତ କୋର୍ଟଚାଲାଣ କରିଛନ୍ତି। ଏନେଇ ଲାଞ୍ଜିଗଡ ଥାନାରେ କେସ୍ ନଂ୩୯/୨୦୨୨ରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ମୀନକେତନ ଜାମିନ ନାମଞ୍ଜୁର ହେବା ଫଳରେ ତାକୁ ଜେଲ୍ ଯିବାକୁ ପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.