ଗାଈ ଚରାଳିଙ୍କୁ ମିଳିବ ସରକାରୀ ଚାକିରି
ବେକାର ଯୁବକଙ୍କୁ ମାସିକ ୫୦୦୦ ଟଙ୍କା ଦେଇ ଗୋ ସୁରକ୍ଷା କାମରେ ଲଗାଇବେ ସରକାର । ଗ୍ରାମ ଗୋ-ସୁରକ୍ଷା କମିଟି ଗଠନ କରି ତା’ର ସଦସ୍ୟମାନଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ଦେବା ଲାଗି ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପ୍ରକଳ୍ପ ପ୍ରାୟ ୫୦ଟି ଗାଁର ବାସିନ୍ଦାଙ୍କୁ ଚାକିରି ଯୋଗାଇ ଦିଆଯିବ । ଏହି ଉଦ୍ୟୋଗର ଆସନ୍ତା ମାସ ମଧ୍ୟରେ ୧ କୋଟି ଟଙ୍କା ବିନିଯୋଗ ହେବ । ଉତ୍ତରାଖଣ୍ଡର ପଶୁପାଳନ ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଅଧ୍ୟକ୍ଷତାରେ ଉତ୍ତରପ୍ରଦେଶ ପ୍ରାଣୀ କଲ୍ୟାଣ ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବହୁଗୁଣା କହିଛନ୍ତି, ବୁଲା ଗୋରୁଙ୍କ ସୁରକ୍ଷା ନିମନ୍ତେ ଥିବା ବାର୍ଷିକ ବଜେଟକୁ ୨.୫ କୋଟି ଟଙ୍କାରୁ ୧୫ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ଗାଁର ଅଣକୁଶଳୀ, ଅଶିକ୍ଷିତ ଓ ବେକାର ଲୋକଙ୍କୁ ଗୋ ସେବକ ଭାବରେ ନିଯୁକ୍ତ କରାଯିବ ଓ ସେମାନଙ୍କ ସୁରକ୍ଷା ପାଇଁ ମାସିକ ୪୦୦୦ ରୁ ୫୦୦୦ ଟଙ୍କା ଦିଆଯିବ । ଜଣେ ବ୍ୟକ୍ତିଙ୍କୁ ଅତି କମରେ ଚାରିରୁ ପାଞ୍ଚଟି ଗୋ ମାତାଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ପଡିବ ଓ ପଶୁପାଳନ ପାଇଁ ଅତି କମରେ ୯୦୦ ଟଙ୍କା ପ୍ରଦାନ କରାଯିବ । ଏଥିସହ ଗୋରୁମାନଙ୍କୁ ଟୀକାକରଣ ପାଇଁ ସେମାନଙ୍କୁ ତାଲିମ ଦିଆଯିବ । ଯେଉଁଥିପାଇଁ ସେମାନଙ୍କୁ ଅତିରିକ୍ତ ୧୨ ଟଙ୍କା ଦିଆଯିବ ।