ଜିଆରଏସ ଜଗଦୀଶ ଚନ୍ଦ୍ର ଭୋଇଙ୍କ ଅକାଳ ବିୟୋଗ, ବିଭିନ୍ନ ମହଲରେ ଶୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଜଗଦୀଶ ଚନ୍ଦ୍ର ଭୋଇ (ଜ୍ୟୋତିଷ)ଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ସେ ରୁପ୍ରା ଓ କର୍ମେଗାଁ ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ଥିଲେ। ୪ ମାସ ପୂର୍ବରୁ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପେଟର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଗତ ମାସେ ତଳେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ତାଙ୍କ ମରଶରୀର ଜନ୍ମମାଟି ସରିଆଁକୁ ଆସିବା ପରେ ଏକ ଶୋକାକୁଳ ପରିବେଶ ଭିତରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଏକମାତ୍ର ପୁଅ ସ୍ଵସ୍ତିକ ଭୋଇ ମୁଖାଗ୍ନି ଦେଇଥିଲେ। ଭୁବନେଶ୍ଵରରେ ଚିକିତ୍ସା ସମୟରେ ଓଡ଼ିଶାର ଅନେକ ସ୍ବେଛାସେବୀ ସଂଗଠନ ତାଙ୍କ ପାଇଁ ରକ୍ତଦାନ କରିଥିଲେ। ସ୍ବର୍ଗତ ଜଗଦୀଶ ଚନ୍ଦ୍ର ଭୋଇ ଜଣେ କ୍ରିଡିବିତ ଓ ସଂସ୍କୃତି ପ୍ରେମୀ ଥିଲେ। ଆମୟିକ ବ୍ୟବହାର ଯୋଗୁଁ ସେ ସମସ୍ତ ପ୍ରିୟପାତ୍ର ଥିଲେ। ତାଙ୍କ ଆବର୍ତ୍ତମାନରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦର, ଓଡିଆ ବାର୍ତ୍ତା ପରିବାର ସମେତ ଅନେକ ଅନୁଷ୍ଠାନ ଓ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.