‘ସରକାରୀ କର୍ମଚାରୀ ଲାଞ୍ଚ ମାଗିଲେ ସିଧା ଯିବେ ଜେଲ୍’

ବ୍ଲକ ଅଧ୍ୟକଙ୍କ ଅହରହ ଲୋକସେବା କାମ ଦେଖି ଅସହ୍ୟ ହେଉଛନ୍ତି ବିରୋଧି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଦୁର୍ନିତି ବିରୋଧି ମହାସଂଘର ସଭାପତି ବିନ୍ଦୁ ମହାନନ୍ଦ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସମସ୍ୟା ବିଷୟରେ ଶୁଣି ତୁରନ୍ତ ସମସ୍ୟାର ସମାଧାନ କରି ଆସୁଛନ୍ତି । ବ୍ଲକ ଅଧ୍ୟକ୍ଷ ଭାବରେ ଯୋଗଦାନ କରିବାର ଏକ ମାସ ପରେ ବ୍ଲକର ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ନିଜେ ଯାଇ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାନଙ୍କ ଭତ୍ତା ବଣ୍ଟନ କରିଥିଲେ । ଚାରି ମାସ ହେବ ଅଧ୍ୟକ୍ଷ ଭାବରେ ଯୋଗଦାନ କରି ପ୍ରତ୍ୟେକ ଦିନ ନିଜ ବାସ ଭବନ ଡୁଡୁକେଲ ଠାରେ ଜନ ସେବା କାର୍ଯ୍ୟ ସକାଳ ୮ ଘଣ୍ଟାରୁ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ସମୟ ଦେଇ ସେବା କରୁଛନ୍ତି । ଜନ ସେବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଶତାଧିକ ଲୋକ ନିଜ ନିଜ ସମସ୍ୟା ଧରି ଯାଇଥାନ୍ତି ଓ ତୁରନ୍ତ ବ୍ଲକ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ୍ ଓ ଚିଠି ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । କିଛି ସମସ୍ୟାର ସମାଧାନ ତୁରନ୍ତ ସମାଧାନ କରିଥାନ୍ତି ବୋଲି ଲୋକେ କହୁଥିବାର ଚର୍ଚ୍ଚା ହେଉଛି । ସକାଳ ୮ ଘଣ୍ଟାରୁ ରାତ୍ର ୧୦ ଘଣ୍ଟାରୁ ପର୍ଯ୍ୟନ୍ତ କେବଳ ବ୍ଲକବାସୀଙ୍କ ସେବା କରୁଥିବାରୁ କ୍ବଚିତ ବିରୋଧି ଓ ଦୁର୍ବୃତ୍ତ ପ୍ରକୃତି ଲୋକେ କେମିତି ବଦନାମ କରି ହେବ ସେପରି ଯୋଜନା କରୁଥିବାର ଅଞ୍ଚଳରେ ଚର୍ଚା ହେଉଛି । ମୁଁ ଜଣେ ସରକାରୀ ଶିକ୍ଷକ ଥିଲି ଏବଂ ଲାଞ୍ଚ ମାମଳାରେ ମୁଁ ଅଫିସର୍ ମାନଙ୍କୁ ମଧ୍ୟ ଜେଲ୍ ପଠେଇଛି ତେଣୁ ଆମ ଗୋଳାମୁଣ୍ଡା ବ୍ଲକର ସମସ୍ତ ବିଭାଗର ଯେ କୌଣସି ଅଫିସର୍ ନିୟମାବଳୀ ଭାବରେ ହେଉଥିବା କାମ ବାବଦକୁ ଲାଞ୍ଚ ମାଗିଲେ ତେବେ ତୁରନ୍ତ ମୋତେ ଯୋଗାଯୋଗ କରନ୍ତୁ ମୁଁ ସିଧା ଜେଲ୍ ପଠେଇବାର ବ୍ୟବସ୍ଥା କରେଇବି ବୋଲି ଖୁଲମ ଖୁଲା ଭାବରେ ପ୍ରକାଶ କରିଛନ୍ତି । ମୁଁ ଜଣେ ସାମ୍ବାଦିକ ଓ ଦୁର୍ନିତି ବିରୋଧି ମହାସଂଘର ସଭାପତି ତେଣୁ ସରକାରୀ ବାବୁ ଲାଞ୍ଚ ମାଗିବା ବିଷୟକୁ ମୁଁ କେବେ ମଧ୍ୟ ପ୍ରସୟ ଦେବି ନାହିଁ ତେଣୁ ତଥ୍ୟ ଭିତ୍ତିକ ଅଭିଯୋଗ କରିବାକୁ ବ୍ଲକ ଅଧ୍ୟକ୍ଷ କହିଛନ୍ତି । ରାଜନୈତିକ ଅକ୍ରୋସ ମନୋଭାବ ରଖି ବଦନାମ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି ପ୍ରକାଶ କରିବା ସହ ମୁଁ ଜନସାଧାରଣଙ୍କ ସେବା କରୁଅଛି ଓ ଆଗକୁ ମଧ୍ୟ କରିବି ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.