ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତି ହେଲେ ବୃଦ୍ଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ମୁନିସିପାଲିଟି ଅନ୍ତର୍ଗତ ନକଟିଗୁଡା ମହିଳା କଲେଜ ନିକଟରୁ ଜଣେ ଅସହାୟ ବୃଦ୍ଧ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଦୀର୍ଘଦିନରୁ ସେ ଆଖପାଖରେ ରହି ଆସୁଥିଲେ। ବର୍ଷା ହେଲେ କେଉଁ ଦୋକାନ ବାରଣ୍ଡାରେ ଶୋଇ ପଡୁଥିଲେ। ଗତକାଲି ରାତିରେ ତାଙ୍କୁ ପ୍ରବଳ ଜ୍ୱର ହେଉଥିବାରୁ ସେ ଥରି ଯାଉଥିଲେ। ସେଇ ବାଟ ଦେଇ ସମାଜସେବୀ ଯଶୋବନ୍ତ ରଣା ଓ ସୁଶାନ୍ତ ପଟ୍ଟନାୟକ ଯାଉଥିବା ବେଳେ ଉକ୍ତ ବୃଦ୍ଧଙ୍କୁ ଦେଖି ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ତାଙ୍କର ଦେହ ଥରୁଥିବା ଦେଖି ଶ୍ରୀ ରଣା ତୁରନ୍ତ ଟାଉନ ଥାନା ଅଧିକାରୀ ପ୍ରଦୀପ ଧରୁଆଙ୍କୁ ଫୋନ କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାପାଇଁ ନିବେଦନ କରିଥିଲେ। ପରେ ଟାଉନ ଥାନାର ପିସିଆର ଭ୍ୟାନ ଆସିଲା ପରେ ପୋଲିସ ସହଯୋଗରେ ଉକ୍ତ ବୃଦ୍ଧଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଛି। ତେବେ ବୃଦ୍ଧଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସ୍ବେଛାସେବୀଙ୍କ ଏହିପରି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.