ବରିଷ୍ଠ ଶିକ୍ଷକ ଦେବଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗରେ ଶୋକ

ଓଡ଼ିଆ ବାର୍ତ୍ତା/ ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ମିଳିତ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ଓ ମୋହନାରେ ରହିଥିବା ସମସ୍ତ ପ୍ରକାରର ଶିକ୍ଷକ ସଂଘ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଲୁହାଗୁଡି ଠାରେ ଏକ ଶୋକସଭା ତଥା ନୀରବ ପ୍ରାର୍ଥନା କରିଥିଲେ । ବରିଷ୍ଠ ଶିକ୍ଷକ ଦେବଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାଷୀ ସରଳ ନିଃସ୍ଵାର୍ଥପର ମେଳାପି ଶିକ୍ଷକ ଥିଲେ । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ସପରିବାର ରହିଥିଲେ । ମୋହନା ଅଞ୍ଚଳର ହଜାର ହଜାର ଜନସାଧାରଣ ଅନ୍ତିମ ଦର୍ଶନ କରିଥିଲେ । ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜିତ ଶବର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ, କିରାଣୀ ବିଶ୍ବରଂଜନ ପ୍ରଧାନଙ୍କ ସହ ମିଳିତ ଶିକ୍ଷକ ସଂଘର ସଭାପତି କବିରାଜ ମଲିକ, ଉପଦେଷ୍ଟା ଗଗନ କୁମାର ଦାଶ, ମୂରଳୀ ପାତ୍ର, ଶଙ୍କର ପଣ୍ଡା, ଅଶୋକ ବେହେରା, ଜଗନ୍ନାଥ ସେଠୀ, ଦେବରାଜ ସେଠୀ, ଯୁଧିଷ୍ଠିର ମହାପାତ୍ର, କେଶବ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ସମସ୍ତ ପ୍ରକାରର ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ବାର୍ଷିକ ପାଞ୍ଚ ଶହ ଟଙ୍କା ଶିକ୍ଷକ କଲ୍ୟାଣ ପାଣ୍ଠିକୁ ପ୍ରଦାନ କରିବେ ଓ ଉକ୍ତ ପାଣ୍ଠିରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅସମୟରେ ଚିକିତ୍ସା, ମୃତ ଓ ଅବସର ପାଇଁ ଖର୍ଚ୍ଚ କରାଯିବ । ପାଣ୍ଠି ଆଦାୟ ଓ ଖର୍ଚ୍ଚ ପାଇଁ ପାଞ୍ଚ ଜଣିଆ ଯାଞ୍ଚ କମିଟି କରାଯିବ ଏତଦ୍ ବ୍ୟତୀତ ଆର୍ଥିକ ପରିଚାଳନା ଓ ଆର୍ଥିକ ଅନୁଦାନ ସଂଗ୍ରହ କମିଟି ପୂଜା ଛୁଟି ପରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସ୍ଥିର କରାଯିବ । ଯାହାକି ପ୍ରତି ତିନି ମାସରେ ଥରେ ଯାଞ୍ଚ କରାଯିବ । ଚାକିରି ସମୟରେ ହଠାତ୍ ମହାପ୍ରୟାଣ ଘଟିଲେ ଏକ ଲକ୍ଷ ଟଙ୍କା ସହାୟତା ଦେବାପାଇଁ ସ୍ଥିର କରାଗଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.