କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଜନ ହିତକର କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ମାଓ ଉପଦୃତ ତୁମୁଡିବନ୍ଧ ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ସ୍ଥାନୀୟ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ମାନବିକ ନଗରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଥିରେ ୧୨୭ କମାଡେଣ୍ଟ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧର୍ମେନ୍ଦ୍ର କୁମାର, ପ୍ରଦୀପ ଭି.କେ., ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ସୋରେଙ୍ଗ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପୋଡ୍ରା, ପ୍ରମୋଦ ମାନସେଠ ତଥା ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହି ତୁମୁଡିବନ୍ଧ ବ୍ଲକ ଅଞ୍ଚଳର  ଜଗନ୍ନାଥପଡା, ତୁମୁଡିବନ୍ଧ, ମହୁଲିଭୁରି, ଡ଼ଙ୍ଗରପଦାର, ମଳିପଡ଼ା, ଟାଙ୍ଗପାଙ୍ଗା, ଭାଲିଆପାଣି, ମାଡିପଡା ଏବଂ ପଲ୍ଲିସାହିର ଯୁବକ କ୍ଲବ ଓ ଗ୍ରାମବାସୀଙ୍କୁ ଭଲିବଲ,      ଭଲିବଲ୍ ନେଟ, ଫୁଟବଲ, ହ୍ୟାଣ୍ଡବଲ ଏବଂ ବିଭିନ୍ନ ରୋଷଇ ସାମଗ୍ରୀ ଆଲୁମିନିୟମ ଓ ଷ୍ଟିଲ ସାମଗ୍ରୀ ବଣ୍ଟନ କରିଥିଲେ ।
ମୋଟ ୨୦ଟି ଗରିବ ପରିବାର ଏବଂ ଚାରିଟି ଯୁବ କ୍ଲବ ଓ ଛାତ୍ର ଛାତ୍ରୀ ଏହାଦ୍ବାରା ଉପକୃତ ହୋଇଛନ୍ତି । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କମାଣ୍ଡେଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.