ସର୍ଟ ସର୍କିଟରୁ ବିସ୍ଫୋରଣ କଲା ଫ୍ରିଜ: ୩ ମୃତ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ତାମିଲନାଡୁରେ ଏକ ଅଘଟଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଚେଙ୍ଗଲପଟ୍ଟି ଜିଲ୍ଲାରେ ଏକ ଘରେ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଶବ୍ଦଟି କଲୋନୀରେ ବ୍ୟାପିଗଲା। ଏହି ଫ୍ରିଜ୍ ବିସ୍ଫୋରଣ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଚେଙ୍ଗାଲପେଟ୍ଟି ଜିଲ୍ଲାର ଗୁଦୁଭାନଚେରୀ ସହରର ଥିବା ଆର.ଆର ବୃନ୍ଦାବନ ଆପାର୍ଟମେଣ୍ଟରେ ଏହି ଦୁର୍ଘଟଣା ଘଟିଥିଲା। କୁହାଯାଉଛି ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଆପାର୍ଟମେଣ୍ଟର ଭେଙ୍କଟରମଣଙ୍କ ଘରେ ଘଟିଥିଲା। ଯାହାଙ୍କର ବର୍ଷକ ପୂର୍ବରୁ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରର  ୬୩ ବର୍ଷିୟା ପତ୍ନୀଙ୍କ ସମେତ ପୁରା ପରିବାର ଦୁବାଇରେ ରୁହନ୍ତି। ଭେଙ୍କେଟରମଣଙ୍କ ମୃତ୍ୟୁ ବାର୍ଷିକ ପାଇଁ ପରିବାର ସଦସ୍ୟ ନଭେମ୍ବର ୨ରେ ଦୁବାଇରୁ ତାମିଲନାଡୁ ଫେରୁଥିଲେ। ଭୋର ୪ଟାରେ ଘରେଥିବା ଫ୍ରିଜ ହଠାତ୍ ବିସ୍ଫୋରଣ କରିଥିଲା। ଘର ଧୂଆଁରେ ଭର୍ତ୍ତି ହୋଇଥିଲା। ଫ୍ରିଜ ତାରରେ ସର୍ଟ ସର୍କିଟ ଯୋଗୁଁ ଏପରି ଏକ ଦୁର୍ଘଟଣା ଘଚିଥିଲା। ଏହି ସମୟରେ ସମସ୍ତେ ଶୋଇଥିଲେ। ଘର ଭିତର ଲକ୍ ଥିଲା। ତେଣୁ ଧୂଆଁ ଭର୍ତ୍ତି ହୋଇଯାଇଥିଲା ଘର ଭିତରେ। ଏହି କାରଣରୁ ଘରେ ଶୋଇଥିବା ବ୍ୟକ୍ତି କବାଟ ଖୋଲିପାରିନଥିଲେ। ବିସ୍ଫୋରଣର ଶବ୍ଦ ଶୁଣି ପଡୋଶୀମାନେ ତାଙ୍କ ଘରେ ପହଞ୍ଚି କବାଟ ଖୋଲିବାକୁ ଚେଷ୍ଟା କରିଥିଲେ। ଧୂଆଁ ଏତେ ବିଷାକ୍ତ ଥିଲା ଯେ ଘରର ଲୋକମାନେ ପ୍ରାଣ ହରାଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ଗିରିଜା, ରାଧା ଏବଂ ରାଜକୁମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏ ସମସ୍ତଙ୍କ ବୟସ ୩୫ ବର୍ଷ ଉପରେ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଘରର ଅନ୍ୟ ସଦସ୍ୟ ଭାର୍ଗବୀ ଏବଂ ଆରାଧନାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.