ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି ନେଇ ପର୍ବତାରୋହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କଲମ ପଞ୍ଚାୟତ ସ୍ଥିତ ବ୍ରାହ୍ମଣୀ ଜଙ୍ଗଲର ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ମାନ୍ୟତା ଦେବା ଦାବି ନେଇ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲଙ୍କ ତତ୍ବାବଧାନରେରେ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲମ ଏବଂ ଗଣ୍ଡବାରଝୋଲା ଗ୍ରାମବାସୀ ତଥା ଡ଼ଙ୍ଗରଗଡ଼ ପୂଜା କମିଟି ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନ୍ତର୍ଜାତିକ ଖ୍ୟାତନାମା କବି ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ନିଆଲ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନା ଯୋଗ୍ୟ ଯେ, ୧୭୦୦ ମସିହାରେ କଲମ ଠାରେ ଜନବସତି ସ୍ଥାପିତ ହୋଇଥିଲା । ବିଭିନ୍ନ ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକମାନେ ଏହି ଅଞ୍ଚଳର ବ୍ରାହ୍ମଣୀ ଜଙ୍ଗଲର ପାଦଦେଶରେ ବସବାସ କରୁଥିଲେ । ୧୮୩୫ ମସିହା ଆଡକୁ ଆଦିବାସୀ ଓ ଦଳିତ ଛଡା ଅନ୍ୟ ଜାତିର ଲୋକମାନେ ଏହି ବ୍ରାହ୍ମଣୀ ଜଙ୍ଗଲର ପାଦଦେଶରେ ବସତି ସ୍ଥାପନ କରି ସ୍ଥାୟୀ ଭାବେ ରହିବା ଆରମ୍ଭ କଲେ । ସୂଚନା ଯୋଗ୍ୟ ଯେ, କଲମର ବ୍ରାହ୍ମଣୀ ଜଙ୍ଗଲର ଡ଼ଙ୍ଗରଗଡ଼ ଜଳପ୍ରପାତ କେଉଁ ଏକ ସ୍ମରଣାତିତ କାଳରୁ ରହି ଆସିଛି । ଏହାର ସମୟ ନିରୁପଣ କରିବା ଏତେ ସହଜ ନୁହେଁ । କିନ୍ତୁ ଏହା ଲୋକଲୋଚନକୁ ଆସି ପାରିନାହିଁ । ଜଙ୍ଗଲର ପାଖାପାଖି ଗାଁରୁ ଡ଼ଙ୍ଗର ଗଡ଼ ଜଳପ୍ରପାତ ଦୁଇ ତିନିଟି ପାହାଡ଼କୁ ଡ଼େଇଁକି ଯିବାକୁ ପଡେ ଓ ଏହା ୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି ।

Udyog Nursery
Udyogi Nursery

ପ୍ରକୃତିର ଅପରୂପ ଶୋଭା ସମ୍ଭାର ମଧ୍ୟରେ ରହିଥିବା ଏହି ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲେ ଏହା କଳାହାଣ୍ଡି ଜିଲ୍ଲାର ଏକ ଅନନ୍ୟ ଦର୍ଶନୀୟ ସ୍ଥାନ ହୋଇପାରିବ । ଗ୍ରାମବାସୀମାନେ ନିଜର ଧର୍ମୀୟ ଭାବନାକୁ ଉଜାଗର କରିବାପାଇଁ ଏଠାରେ ପ୍ରଥମେ ଶିବମନ୍ଦିର ସ୍ଥାପନ କରିଛନ୍ତି, ତା ସାମ୍ନାରେ ଚଣ୍ଡିଙ୍କର ମନ୍ଦିର ଏବଂ ହରଗୌରୀ ମନ୍ଦିର ପାଇଁ ସ୍ଥାପିତ ହୋଇଛି । ଏହି ସ୍ଥାନର ଅଧ କିଲୋମିଟର ଦୂରରେ ବୁଢ଼ାରାଜାଙ୍କର ଆସ୍ଥାନ ରହିଛି । ତାପରେ ଆଉ ଏକ କିଲୋମିଟର ଗଲାପରେ ଗୋଟେ ନାଳ ପଡିଲା ପରେ ସେଇଠି ଡ଼ଙ୍ଗର ଗଡ଼ ଜଳପ୍ରପାତର ବିଭିନ୍ନ ପାଖାପାଖି ୫ଟା ଖଣ୍ଡେ ଜଳପ୍ରପାତର ଉପରରୁ ଉପରକୁ ଅଛି । ପ୍ରଥମ ଜଳପ୍ରପାତ ପାଖରେ ଶିବଙ୍କର ପୂଜା ଆରାଧନା କରାଯାଉଛି ଆଉ ପାଖାପାଖି କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଏବଂ ଛତିଶଗଡ ଲୋକମାନେ ବହୁତ ଅସୁବିଧାରେ ଏହି ସ୍ଥାନକୁ ଆସୁଛନ୍ତି । ସେହି ୪ କିଲୋମିଟରକୁ ଯଦି ଫରେଷ୍ଟ ଡିପାର୍ଟମେଣ୍ଟ, ଆର୍ଡି ଡିପାର୍ଟମେଣ୍ଟ ମିଳିତ ଆନୁକୂଲ୍ୟରେ ରାସ୍ତା ତିଆରି କରାଯାଏ, ତାହେଲେ ଯିବାପାଇଁ ପର୍ଯ୍ୟଟକ ମାନଙ୍କୁ ଯିବାପାଇଁ ସୁବିଧା ହେବ ।

ପର୍ବତାରୋହଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ଼. ଭବାନୀ ଶଙ୍କର ନିଆଲ ସେଠାରେ ପର୍ବତାରୋହଣ କରିସାରିଲାପରେ, ସେହି ଜଳପ୍ରପାତ ପାଖରେ ଏକ ବକ୍ତବ୍ୟରେ କହିଲେ ଯେ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଙ୍କୁ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଥା ଜିଲ୍ଲାପାଳ, ଡ଼ି.ଏଫ.ଓ ସାଉଥଙ୍କୁ ଓ ବିଡ଼ିଓ ଭବାନୀପାଟଣାଙ୍କୁ ଏହି ଅନନ୍ୟ ସ୍ଥାନ ପରିଦର୍ଶନ କରିବାପାଇଁ ନିବେଦନ କରିବା ସହିତ ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ଅଧିଷ୍ଠାତା ଦେବତା ବୁଢାରଜା ଏବଂ ମାଁ ମାଣିକେଶ୍ବରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉକ୍ତ ପାହାଡ଼ରେ ସ୍ଥାପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁରେଶ ମହାନନ୍ଦ, ଲବଣି ମହାନନ୍ଦ, ମଧୁସୂଦନ ନାଗ, ମଣୀନ୍ଦ୍ର ମହାନ୍ତି, ଖୁସିରାମ ସାହୁ, ପୂର୍ବତନ ସରପଞ୍ଚ କୃଷ୍ଠଚନ୍ଦ୍ର ପ୍ରଧାନ, ମହେନ୍ଦ୍ର ବାଗ, ନରେନ୍ଦ୍ର ବାଗ, ଖିର ମାଝୀ, ମଞ୍ଜୁସୁତା ମାଝୀ, ନୀଲେ ମାଝୀ, ଦୁଲଣୀ ମାଝୀ, ରିତା ମାଝୀ, ଶାନ୍ତି ମାଝୀ, ଚିତ୍ର ସା, ଜୟନ୍ତୀ ଶବର, ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଦେବ ମାଝୀ, ଶଶୀଦେବ ମାଝୀ, ଭବାନୀ ଶଙ୍କର ବାଗ, ମଗଶିର ମାଝୀ, ଜଗନ୍ନାଥ ଶବର, ଜୟରାମ ମାଝୀ, ଲିଙ୍ଗ ମାଝୀ, ଟିକେ ଶବର, ଚିତୃ ରଣା, ଟଙ୍କ ଶବର, କାହ୍ନୁ ଚରଣ ମାଝୀ,ଡ଼ଙ୍ଗରଗଡ଼ ପୂଜା କମିଟିର ସମସ୍ତ ପଦାଧିକାରୀଗଣ ଏବଂ ବୁଢାରଜା ପୂଜକ, ଶିବଙ୍କର ପୂଜକ, ହରାଗୌରୀ ପୂଜକ ଏବଂ ଚଣ୍ଡିଙ୍କ ପୂଜକ ତଥା ବହୁ ସଂଖ୍ୟାରେ ପାଖାପାଖି ୫୦୦ ଜଣ ବାସୀବାସୀ ସାମିଲ ହୋଇ ଜିଲ୍ଲାପ୍ରଶାସନଙ୍କୁ ଏହାର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.