ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ବସନ୍ତ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଉପସଭାପତି ରମେଶ ମାଝୀ, ଲକ୍ଷ୍ମୀ କାନ୍ତ ବାଗ, ଅନୁସୂଚିତ ଜନଜାତି ରାଜ୍ୟ ଉପସଭାପତି ବିଜୟ ଦିଶାରୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ, ପୂର୍ବତନ ବିଧାୟକ ଚୂଡ଼ାମଣି ଶବର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରିନା ଶବର ପ୍ରମୁଖ ଯୋଗଦେଇ ମୋଦୀ ସରକାରରେ ଅନୁସୂଚିତ ଜନଜାତି ଲୋକମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ସହ ସେ ମାନଙ୍କ ଉନ୍ନତି ଓ କଣ ଲାଭାନ୍ନିତ ଦେଇଛନ୍ତି ସେ ସମ୍ପର୍କର ବାର୍ତ୍ତା ଜନଜାତି ସମୁଦାୟଙ୍କୁ ଜଣାଇବା ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ କେମିତି ଦଳୀୟ ସଂଗଠନ ସୃଦୃଢ଼ ହେବ ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜୟପାଟଣା ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ, ଜିଲ୍ଲା ଅନୁସୂଚିତ ଜନଜାତି ଉପସଭାପତି ନୀଳକଣ୍ଠ ମାଝୀ, ଗରୁଡ଼ଧ୍ବଜ ମାଝୀ, ଘନଶ୍ୟାମ ନାଏକ, ତ୍ରିନାଥ ଶବର, ମଧୁବନ ପାତ୍ର, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ମୋଟେର ମଣ୍ଡଳ ସଭାପତି ସ୍ବୟଂବର ବାଗ, ପ୍ରତିମା ପୁଝାରୀ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ସମେତ ବିଜେପି ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ସରୋଜ ଶବର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.