ଏସଡିପିଓ କହିଲେ ୨ ଘଣ୍ଟା ମଧ୍ୟରେ ବିଜେଡିର ୧୧ ଲକ୍ଷ ଟଙ୍କା ଦିଅ!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଶନିବାର ସନ୍ଧ୍ୟା ୭ ଟା ସମୟରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ସମେତ ବ୍ଲକର ସରପଞ୍ଚ ଏବଂ ସମିତି ସଦସ୍ୟ ମାନଙ୍କ ସହ ଶତାଧିକ ବିଜୁ ଜନତା ଦଳର କର୍ମୀ ନର୍ଲା ଥାନା ଭିତରେ ଭାରି ଜୋର୍ ପାଟି ତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଗତ ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ଏବଂ ଶାନ୍ତପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଟିକେଧର ସାହୁଙ୍କୁ ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର ଫୋନ କରି ନର୍ଲା ଥାନାକୁ ଡାକିଥିଲେ । ଶ୍ରୀ ମହାନ୍ତି ଥାନାକୁ ଆସିବା ସମୟରେ ଥାନାରେ ଆଗରୁ ଆସି କେସିଙ୍ଗା ଏସଡିପିଓ ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତିଙ୍କ ସୂଚନା ଅନୁସାରେ – କେସିଙ୍ଗା ଏସଡିପିଓ ଅଭିନବ ସୋନକର କହିଥିଲେ ଭୁବନେଶ୍ୱର ୧୧୨ ରୁ ଫୋନ ଆସିଥିଲା ଆପଣଙ୍କୁ ବିଜେଡ଼ି ଦେଇଥିବା ୧୧ ଲକ୍ଷ ଟଙ୍କା ୨ ଘଣ୍ଟା ଭିତରେ ଆଣିକି ଦିଅନ୍ତୁ । ହେଲେ ଶ୍ରୀ ମହାନ୍ତି ଦଳ ତରଫରୁ କୌଣସି ପ୍ରକାର ଟଙ୍କା ତାଙ୍କୁ ଦିଆ ଯାଇନାହିଁ ବୋଲି କହିଥିଲେ । କିନ୍ତୁ ପୋଲିସ ଅଧିକାରୀ ଜଣକ ଜମାରୁ ମାନିବାକୁ ପ୍ରସ୍ତୁତ ନଥିଲେ । ପ୍ରାୟ ୧ ଘଣ୍ଟା ସମୟ ଶ୍ରୀ ମହାନ୍ତିଙ୍କୁ ପୋଲିସ ଜେରା କରିବା ପରେ ଶେଷରେ ଶ୍ରୀ ମହାନ୍ତି କହିଥିଲେ ନିର୍ବାଚନ ସମୟରେ ଦରକାର ପଡ଼ିଲେ ସେ ନିଜେ ଦଳ ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସହାୟ ଲୋକଙ୍କୁ ସର୍ବଦା ସାହାଯ୍ୟ ର ହାତ ବଢ଼ାଉଛନ୍ତି । ଦୁଇ ଦୁଇ ଥର ନର୍ଲା ବ୍ଲକରେ ନିର୍ବାଚନ ଲଢି ବିପୁଳ ସଂଖ୍ୟାରେ ଜନମତ ପାଇ ବିଜୟୀ ହୋଇଛନ୍ତି । ନିଜ ଦମ୍ ରେ ତାଙ୍କ ସ୍ତ୍ରୀଙ୍କୁ ଦୁଇ ଥର ପାଇଁ ବ୍ଲକ ଅଧ୍ୟକ୍ଷା ଏବଂ ଶ୍ରୀ ମହାନ୍ତି ନିଜେ ଲଗାତାର ଦୁଇ ଥର ବ୍ଲକ ଉପାଧ୍ୟକ୍ଷ ପଦବୀରେ ବସି ଆସୁଛନ୍ତି । ଏହାସତ୍ତ୍ୱେ ବି ଯଦି ପୋଲିସ ୧୧ ଲକ୍ଷ ବିଜେଡି ଦଳର ଟଙ୍କା ଦେବାକୁ ବାଧ୍ୟ କରୁଛି ତାହେଲେ ୪ ରୁ ୫ ଘଣ୍ଟା ସମୟ ଦିଅନ୍ତୁ ଆମେ ୧୧ଲକ୍ଷ ଟଙ୍କା ଯୋଗାଡ କରୁଛୁ । ଟଙ୍କା ମାଗୁ ଥିବା ସେ ବ୍ୟକ୍ତିଙ୍କୁ ଆପଣ ମାନେ ଥାନାକୁ ଡ଼ାକି ଦିଅନ୍ତୁ ସମସ୍ତଙ୍କ ସାମ୍ନାରେ ଆମେ ଟଙ୍କା ଦେଇ ଦେବୁ । ନଚେତ ଆମେ ଏସପିଙ୍କ ଦ୍ବାରସ୍ଥ ହେବୁ ବୋଲି ଶ୍ରୀ ମହାନ୍ତି କହିଥିବା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ଏବିଷୟରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କୁ ପଚାରିବାରୁ – ବ୍ୟକ୍ତିଗତ ଭାବରେ ଜଣଙ୍କ ଠାରୁ ସେ ଟଙ୍କା ଆଣିଥିଲେ । ସେ ବିଷୟରେ ଆମର ଗୋଟିଏ ତଦନ୍ତ ଚାଲିଥିଲା । ଏଇଟାକୁ ଅଯଥା ରାଜନୀତିର ରୂପ ଦେଉଛନ୍ତି । ଏଇଟା ସେମିତି କିଛି ବଡ ବିଷୟ ନୁହଁ ବୋଲି କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ୭ ଦିନ ମଧ୍ୟରେ ୧୧ ଲକ୍ଷ ଟଙ୍କା ପୋଲିସକୁ ଫୋନ କରି ମାଗିଥିବା ସେହି ବ୍ୟକ୍ତିକୁ ଥାନାରେ ଉପସ୍ଥିତ କରାଯାଉ ନଚେତ ଏକ ବିଶାଳ ଜନ ସମୂହ ଥାନା ଘେରାଉ କରିବେ ବୋଲି ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଚେତାବନୀ ଦେଇଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.