ତୁନଗାଁରେ ନୂତନ ଧାନ ମଣ୍ଡି ଗୃହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତୁନୁଗାଁ ଠାରେ ରବିବାର ନୂତନ ଧାନ ମଣ୍ଡି ଗୃହ ଉଦଘାଟିତ ହୋଇଛି। ଏଥିରେ ମୂଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନୀତ ଅତିଥି ଭାବେ କାଶୀବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ଯୋଗଦେଇ ନୂତନ ମଣ୍ଡି ଗୃହ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ୟାକ୍ସ ସଭାପତି ନିହାର ରଞ୍ଜନ ବେହେରା, ପ୍ରଭାକର ବେହେରା, ପୂର୍ବତନ ପ୍ୟାକ୍ସ ସଭାପତି କୈଳାସ ଚନ୍ଦ୍ର ଧଙ୍ଗଡାମାଝୀ, ସମାଜସେବୀ ମଣିଭଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ତୁନଗାଁରେ ଦିର୍ଘ ବର୍ଷରୁ ଖୋଲାରେ ମଣ୍ଡି ଚାଲି ଆସୁଥିଲା। ଏଥିଯୋଗୁଁ ଚାଷୀ ମାନେ ଅନେକ ଅସୁବିଧାରର ସମ୍ମୁଖୀନ ହୋଇ ଆସୁଥିଲେ। ତେବେ ଗାଁରେ ଧାନ ମଣ୍ଡି ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ୨୦୧୮ ମସିହାରୁ ସରକାର ପାଖରେ ଦାବି କରି ଆସୁଥିଲେ । ତେବେ ଦିର୍ଘ ୪ ବର୍ଷ ପରେ ଦାବି ପୁରଣ ହୋଇଥିବାରୁ ତୁନଗାଁର ଚାଷୀ ପରାସର ବେମାଲ, ପ୍ରେମ ଶବର, ଇଶ୍ଵର ପାଣିଗ୍ରାହୀ, କୈଳାସ ଶବର, ମଣିରାମ ଶବର, ପ୍ୟାକ୍ସ ଡାଇରେକ୍ଟର ସର୍ଜନ ଶବର, ଅର୍ଜୁନ ଶବର, ଆର୍ ଏମସିର ବିରଞ୍ଚି ଶବର, ରାହାସ ଧ.ମାଝୀ ସମେତ ତୁନଗାଁ, ଧନସରା, ଚିକିଲି ଓ ଆଁଏଲି ଗ୍ରାମର ଚାଷୀ ପ୍ରମୂଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.