ଅବିବାହିତ ଝିଅକୁ ଉଚ୍ଚଶିକ୍ଷା ଦେବା ବାପାର ଦାୟିତ୍ବ: କୋର୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅବିବାହିତ ଝିଅକୁ ଉଚ୍ଚଶିକ୍ଷା ଦେବା ବାପାର ଦାୟିତ୍ବ। ଯଦି ଝିଅ ପାଠ ପଢିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ। ଅବିବାହିତ ଝିଅର ଏକ ଆବେଦନର ଶୁଣାଣି କରିବା ବେଳେ ଏପରି କହିଛନ୍ତି ଦିଲ୍ଲୀର ଏକ କୋର୍ଟ । ଦିଲ୍ଲୀର ଏକ ପରିବାର ଅଦାଲତରେ ଝିଅ ଜଣଙ୍କ ଆବେଦନ କରି କହିଥିଲେ, ଯେଉଁଥିରେ ସେ ତାଙ୍କ ବାପାଙ୍କୁ ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବାକୁ ଦାବି କରିଥିଲେ। କର୍କର୍ଦୂମା କୋର୍ଟ କହିଛନ୍ତି, ଯେ ବାପାଙ୍କୁ ଝିଅର ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ ଦେବାକୁ ପଡିବ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଝିଅକୁ ଉଚ୍ଚଶିକ୍ଷା ଦେବା ପିତାଙ୍କ ଦାୟିତ୍ବ । କିନ୍ତୁ ଏଥି ସହିତ ଝିଅର ବାପାଙ୍କ ସାମର୍ଥ୍ୟ ଅଛି କି ନାହିଁ ତାହା ମଧ୍ୟ ଦେଖିବା ଆବଶ୍ୟକ। ଏହାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ ଏକ ରିପୋର୍ଟ ମାଗିଥିଲେ ଯେଉଁଥିରେ ଆବେଦେନକାରୀଙ୍କ ବାପାଙ୍କ ଭଲ ବ୍ୟବସାୟ ଥିବା ଜଣାପଡିଛି। ଝିଅଟି ମା ସହିତ ଅଲଗା ରହୁଥିବାରୁ ସେ ବୟସ୍କ ଝିଅକୁ ଉଚ୍ଚଶିକ୍ଷାର ମୂଲ୍ୟ ଦେବାକୁ ଚାହୁଁନଥିଲେ। ଏହା ଉପରେ କୋର୍ଟ କହିଛନ୍ତି ଯେ ଏହା ଏକ ଆବଶ୍ୟକ ଯୁକ୍ତି ନୁହେଁ। ଯେତେବେଳେ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଛନ୍ତି ଏହାର ଅର୍ଥ କୌଣସି କାରଣରୁ ଏପରି ପରିସ୍ଥିତି ଉପୁଜିଥଲା। ଏଥିପାଇଁ ଝିଅଟି ତା’ର ଶିକ୍ଷାରୁ ବଞ୍ଚିତ ହୋଇପାରିବ ନାହିଁ। ବାପାଙ୍କୁ ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ, ଆବେଦନକାରୀ ୧୯ ବର୍ଷର ଝିଅ କହିଛନ୍ତି ଯେ ତାଙ୍କ ମା ଶିକ୍ଷା ଖର୍ଚ୍ଚ ବହନ କରିବାକୁ ଅସମର୍ଥ। ବାପା ଉଦ୍ଦେଶ୍ୟମୂଳକ ଭାବେ ଖର୍ଚ୍ଚ ବହନ କରିବାକୁ ଚାହାଁନ୍ତି ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.