ଭବାନୀପାଟଣା ବାପୁଜୀ କ୍ଲଷ୍ଟର ତରଫରୁ ନୂଆ ଆଶା ନୂଆ ଦିଶା କର୍ମଶାଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱ ଶିକ୍ଷା ଦିବସ ପାଳନ ଅବସରରେ ଭବାନୀପାଟଣା ବାପୁଜୀ କ୍ଲଷ୍ଟର ତରଫରୁ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୁରୁଣା ପଡାଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନୂଆ ଆଶା ନୂଆ ଦିଶା (ନିଉ ହୋପ୍ ନିଉ ଡିରେକ୍ସନ୍) ଶିଶୁର ଲିଖନ ଦକ୍ଷତାର ବିକାଶ, ଓ ଅଭିଵୃଦ୍ଧି କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତୀ କୁମାରୀ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଢଳଦେବ ମୁଣ୍ଡ ସଭାପତି, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭବାନୀପାଟଣାର ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ଵେହେରା ମୁଖ୍ୟ ଅତିଥି, ଶିକ୍ଷକ ପ୍ରଶିକ୍ଷିକା ବିଜ୍ଲୀ ଏକ୍କା ମୁଖ୍ୟ ବକ୍ତା, ଶିକ୍ଷକ ପ୍ରଶିକ୍ଷିକା ସୁନୀତା ଦୁର୍ଗା ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୂରଦର୍ଶନ କଲୋନୀର ପ୍ରଧାନଶିକ୍ଷକ ମନୋଜ ପାଣିଗ୍ରାହୀ ସମ୍ମାନୀତ ଅତିଥି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ସିଆରସିସି ମଞ୍ଚ ପରିଚାଳନା, ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୧୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। “ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ”ର ଲିଖନ ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ରଖିବାକୁ ପଡେ, ସେହି ବିଷୟ ପ୍ରତି ପିଲାମାନଙ୍କୁ ଧାରଣା ଦିଆଯିବା ପରେ ସମସ୍ତେ ଭାଷାର ଲିଖନରେ ଗଳ୍ପ, କବିତା, ପ୍ରବନ୍ଧ ଆଦି କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀ ସମେତ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ଆଉଟ୍ ପୋଷ୍ଟ ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସୁବର୍ଣ୍ଣେଶ୍ବରୀ ବେଦବାକ୍, ପୁରୁଣାପଡା ପ୍ରଧାନ ଶିକ୍ଷୟିତ୍ରୀ ଲୀନା ଦାସ, ଆର୍.ଇ.ଓ କଲୋନୀ ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ମୁଣ୍ଡ., କାଳୀମନ୍ଦିର ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହ ଲତା ଖାଡଙ୍ଗା, ଗୌଡବାଙ୍ଗଟି ପଡାର ପ୍ରଧାନଶିକ୍ଷକ ଜ୍ୟୋତ୍ସ୍ନା ମିଶ୍ର, ପରଦେଶୀ ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମୁଦୁଲି, ନକ୍ଟିଗୁଡା, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ କୁମାର, ଶିକ୍ଷୟିତ୍ରୀ ସୁଜାତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.