ବାଲିଯାତ୍ରା ବିଶ୍ଵଶାନ୍ତି ସାହିତ୍ୟ କର୍ମଶାଳା ୨୦୨୨ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଓଡ଼ିଶାର ପ୍ରଥମ ବାଲିଯାତ୍ରା ବିଶ୍ଵଶାନ୍ତି ସାହିତ୍ୟ କର୍ମଶାଳା ୨୦୨୨ ଉଦଯାପିତ ହୋଇଯାଇଛି । କଟକର ପ୍ରସିଦ୍ଧ ବାଲିଯାତ୍ରା ପଡିଆରେ ଆୟୋଜିତ ଉକ୍ତ କର୍ମଶାଳାର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ. ପ୍ରମୋଦ କୁମାର ମହାପାତ୍ର ଯୋଗଦେଇ ବିଶ୍ଵ ଶାନ୍ତି ପାଇଁ ବିଜ୍ଞାନ ଏବଂ ସାହିତ୍ୟର ସହଭାଗିତା ଆବଶ୍ୟକ ବୋଲି ମତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡ. ଲକ୍ଷ୍ମଣ ସାହୁ, ସମ୍ମାନିତ ଅତିଥି ଭାବେ ବିଶ୍ଵଶାନ୍ତି ପ୍ରବକ୍ତା ପଣ୍ଡିତ ନୀଳକଣ୍ଠ ରାଉତ, ଡାକ୍ତର ଆଲୋକ ସାହୁ, ହେମନ୍ତ କୁମାର ଜେନା, ବିଶ୍ୱଜିତ ସୂର୍ଯ୍ୟବଂଶୀ, ହୀରେନ୍ଦ୍ର ସିଂହଦେବ, ଦୀପାୟନ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳୀ ରାୟ, କବି ତୋଫାନ ଜେନା ପ୍ରମୁଖ ଉପସ୍ଥିତ ରହି ଆମ ବାଲିଯାତ୍ରା ଆମ ସଂସ୍କୃତି ଏବଂ ବିଶ୍ଵ ଶାନ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ଵ ଶାନ୍ତି ସମଷ୍ଟିଗତ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଛି । ଏହି ଅବସରରେ ଡ଼. ଭୁବନା ନନ୍ଦ ସାହୁ ଏବଂ ଡ଼. ଏକାଦଶୀ ପ୍ରଧାନଙ୍କୁ ଉତ୍କଳ ସାଧବ ଚକ୍ର ସମ୍ମାନ, ଶ୍ରଦ୍ଧାଞ୍ଜଳୀ ରାୟ ଏବଂ ମିଲନ ସାହୁଙ୍କୁ ସାଧବ ସେବା ଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ବିରେନ୍ଦ୍ର ଜେନା, ଚିତ୍ତରଞ୍ଜନ ମହାନ୍ତି, ସାଗର କୁମାର ସାମନ୍ତରାୟ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ବାଲିଯାତ୍ରା ଆମ ସଂସ୍କୃତି ସମ୍ପର୍କରେ କବିତା ପାଠ କରାଯାଇଥିଲା ଏବଂ ସମସ୍ତେ ବିଶ୍ଵଶାନ୍ତି ବାର୍ତ୍ତା ଓଡ଼ିଆ ଭାଷାରେ ଲେଖିଥିଲେ । ଡ. ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲାବେଳେ ଶେଷରେ ବିଶ୍ୱଜିତ ସୂର୍ଯ୍ୟବଂଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.