ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ସରକାରଙ୍କ ଜନଜାତି ବିଭାଗ ତରଫରୁ ଆୟୋଜିତ ଜନଜାତି ଗବେଷଣା ପ୍ରତିଷ୍ଠାନ ଅଡୋଟରିୟମ ହଲ ଠାରେ ଜନଜାତି ଗୌରବ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର କବି ଲେଖକ ତଥା କଳାକାର କ୍ଷିତିଶ ଚନ୍ଦ୍ର ମାଝୀ ସମ୍ମାନିତ ହୋଇଛନ୍ତି । ତାଙ୍କୁ ପ୍ରଶଂସା ପତ୍ର, ଉପଢୌକନ ତାମ୍ର ଫଳକ ସହ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏଥି ପୂର୍ବରୁ ସେ ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇ ବାଣୀ ପୁତ୍ର ସମ୍ମାନ, କବି ପ୍ରତିଭା ସମ୍ମାନ ଭଳି ରାଜ୍ୟ ସ୍ତରୀୟ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କନ୍ଧ ଭାଷାରେ ଅନେକ କବିତା ଲେଖି ଭାଷାକୁ ବଞ୍ଚାଇବାରେ କାର୍ଯ୍ୟ କରୁଛନ୍ତି ଶ୍ରୀ ମାଝୀ । ଏହି ସମାରୋହରେ ଓଡିଶା ସରକାରଙ୍କ ଜନଜାତି ମନ୍ତ୍ରୀ ଜଗନ୍ନାଥ ଶାରକା, ବିଭାଗୀୟ ନିର୍ଦ୍ଧେଶକ, ଉପନିର୍ଦ୍ଧେଶକ ତଥା ବିଭାଗୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ। ଶ୍ରୀ ମାଝୀ ଏହି ମର୍ଯ୍ୟଦାଜନକ ସମ୍ମାନ ପାଇଥିବାରୁ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।