ଦ୍ୱିତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ବିଏମ୍‌ସି ବ୍ଲକକୁ ହରାଇଲା ବାଗଭାଡି ଏବଂ ଅମାମୁଣ୍ଡାକୁ ହରାଇ ଖଲିଆପାଲି ସେମିଫାଇନାଲରେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଅନୁକୁଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ପ୍ରତିଯୋଗିତା ଦ୍ୱିତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳର ପ୍ରଥମ ମ୍ୟାଚରେ ବିଏମ୍‌ସିକୁ ବାଗଭାଡି ଟ୍ରାଇବ୍ରେକର ରେ ୨-୧ ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ଅମାମୁଣ୍ଡାକୁ ଖଲିଆପାଲି ୧-୦ ଗୋଲରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚ ବାଗଭାଡିକୁ ଖଲିଆପାଲି ଟ୍ରାଇବ୍ରେକରରେ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି ।

ଦ୍ବିତୀୟ ଦିବସ ପ୍ରତିଯୋଗିତାରେ ଅତିଥି ଭାବରେ ଖୁଜେନପାଲି ସରପଞ୍ଚ ରଞ୍ଜିତା ପାଣିଗ୍ରାହୀ, ହେମନ୍ତ ବେହେରା, ସଂଗ୍ରାମ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାଚରେ ନରସିଂହ ନାଏଡୁ, ଶରତ ନନ୍ଦ, ଅବଦୁଲ ମୁଜିବ, ଖଲିଉର ରହେମାନ, ରାଜେନ୍ଦ୍ର ଧରୁଆ, ସଞ୍ଜିବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତି, କାର୍ତ୍ତିକ ବଗର୍ତ୍ତି ଓ ମ୍ୟାଚ କମିସନର ଭାବରେ ସୁନିଲ ବିଶ୍ୱାଲ ଖେଳ ପରିଚାଳନା କରିଥିଲେ ।

ମ୍ୟାନ ଅଫ୍ ଦି ମ୍ୟାଚ ମୁରଲି ଭୋଇ, ଅଭିମନ୍ୟୁ ପାଣ୍ଡେ ଓ କାହ୍ନା ଭୁଏ ପାଇଥିଲେ । ବିନୋଦ କାଲସାଏ, ଦେବାଶିଷ କାଲସାଏ, ଶଙ୍କର ଦିପ, ସୁଦାମ କାଲସାଏ, ମହାଦେବ କାଲସାଏ, ରାହାସ କାଲସାଏ, ଲାଲ ମଣି କାଲସାଏ, ଚକ୍ରରାଜ କାଲସାଏ, ବୁନୁ ତାଣ୍ଡି, ଅଜିତ କାଲସାଏ ଓ ଜନ କଲ୍ୟାଣ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.