ମ.ରାମପୁର ତୁଜୁଙ୍ଗ ନିକଟରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ତୁଜଙ୍ଗ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ଜଣାଯାଇଛି। ମୃତକ ଜଣକ ହେଲେ ତୁଜୁଙ୍ଗ ଗ୍ରାମର ଟେଲର ମାଷ୍ଟର ଯୋଗିନ୍ଦର ନାଗ (୪୫)। ପ୍ରାପ୍ତ ସୂଚନାରୁ ଯେ, ମ.ରାମପୁରରେ ଖୋଲିଥିବା ନିଜ ଟେଲର ଦୋକାନରୁ ରାତି ପାଖାପାଖି ୯ ଟାରେ ନିଜ ଗାଁ ତୁଜୁଙ୍ଗକୁ ସାଇକେଲରେ ଫେରୁଥିଲେ ଯୋଗିନ୍ଦର। ଏହି ସମୟ ମଧ୍ୟରେ ମ.ରାମପୁର – ରିଷିଡ଼ା ରାସ୍ତା ନିଜ ଗାଁ ପାଖାପାଖିରେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଜୋରରେ ଗାଡ଼ି ମାଡ ଯୋଗୁଁ ସେ ରାସ୍ତାରୁ ଛିଟିକି ପଡ଼ି ପାଖରେ ଥିବା ବିଲ କଡ଼ରେରେ ପଡ଼ିଥିଲେ। ସାଇକେଲର ପଛ ଚକ ଭାଙ୍ଗି ଚୂରମାର ହୋଇ ଦୁର୍ଘଟଣା ସ୍ଥାନରୁ କିଛି ଦୂରରେ ପଡ଼ିଥିଲା। ତାଙ୍କୁ ଆଉ କେହି ରାତିରେ ଦେଖି ପାରିନଥିଲେ। ସେ ରାତିସାରା ସେହି ସ୍ଥାନରେ ପଡ଼ିଥିଲେ ଏବଂ ମୃତ୍ୟୁ ବରଣ କରିସାରିଥିଲେ। ସକାଳୁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ମୃତକ ଅତି ଗରିବ  ହୋଇଥିବା ବେଳେ ସେ ଗୋଟିଏ ଛୋଟିଆ ଟେଲର ଦୋକାନ କରି ନିଜର ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳାଉ ଥିଲେ।‌ଏଣୁ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.