ନୂଆଦିଲ୍ଲୀରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ ନୃତ୍ୟ ବହୁଚର୍ଚ୍ଚିତ

● ଦୁଲ୍‌କିଲା ପ୍ରଗତି ମଇଦାନର ଆମ୍ଫି ଥିଏଟର୍ ମୁକ୍ତାକାଶ ରଙ୍ଗମଞ୍ଚ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥ ପ୍ରଗତି ମଇଦାନର ଆମ୍ଫି ଥିଏଟର୍ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଯୋଗଦେଇଥିବା ବେଳେ ‘ଓଡ଼ିଶା ରିଭ୍ୟୁ’ ଓ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦିକା କସ୍ତୁରୀ ମହାପାତ୍ର ଏବଂ ଓଡ଼ିଶା ଟୁରିଜିମ୍ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ଲେଲିନ ମହାନ୍ତି ସମ୍ମାନିତ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଓଡ଼ିଶା ଦିବସକୁ ଶୁଭଉଦ୍‌ଘାଟନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଡାଲଖାଇ, ବଜାଶାଲିଆ ଏବଂ ଆଧୁନିକ ଗୀତ ନୃତ୍ୟ ପରିବେଷଣ ହୋଇଥିଲା। ବଜାଶାଲିଆ ନୃତ୍ୟ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ। ଦର୍ଶକରେ ଭରପୁର ଆମ୍ଫି ଥିଏଟର୍ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବଜାଶାଲିଆ ନୃତ୍ୟଟେ ଦେଖିବାକୁ ମିଳିଲା ବୋଲି ଓ ଉଚ୍ଚ ପ୍ରଶଂସିତ ହେଲା। ଦୁଲ୍‌କିଲା ପ୍ରଗତି ମଇଦାନର ଆମ୍ଫି ଥିଏଟର୍। କରତାଳି ଉପରେ କରତାଳି ଏହି ବଜାଶାଲିଆ ନୃତ୍ୟକୁ ନେଇ। ଏହି ବଜାଶାଲିଆ ନୃତ୍ୟ ଦଳରେ ଥିଲେ ପ୍ରଦୀପ କୁମାର ସିଂହ, ପବିତ୍ର ଗହୀର, ସାନ ପରାଭୋଏ, ରଥାଙ୍କ ନାଏକ, ସୁଶାନ୍ତ ସିଂହ, ରାଜେନ୍ଦ୍ର ସିଂହ, ଜଗଦିଶ ଗଉଡ଼, କ୍ଷୀରସିନ୍ଧୁ ନାଏକ, ହେମନ୍ତ ବେହେରା, ମଦନ ପୋଢ଼, ପିଙ୍କୁଳୁ କୈବର୍ତ୍ତ, ବିଷ୍ଣୁ ସେନାପତି, ସଂଜୀବ କୁମାର ସିଂହ, ସଂଜୟ କୁମାର ଓ ଗିରିଜା ଶଙ୍କର ବାବୁ। ମହାବୀର ସାସ୍କୃତିକ ଅନୁଷ୍ଠାନର ବଜାଶାଲିଆ ନୃତ୍ୟର ନେତୃତ୍ୱ ନେଇଥିଲେ ଜୟନ୍ତ କୁମାର ବେହେରା ଓ ତତ୍ତ୍ୱାବଧାନ କରିଥିଲେ ସତ୍ୟନାରାୟଣ ସିଂହ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.