ନର୍ଲାରେ MHU ପାଇଁ ଦାବୀ

ମାଗଣା ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ୧୩ ଗୋଟି ବ୍ଲକ୍ ଅଧିନରେ ରହିଥିବା ବ୍ଲକ ମୁଖ୍ୟ ଚିକିତ୍ସାଳୟ ଗୁଡିକ ମଧ୍ୟରୁ ସମସ୍ତ ୧୨ ଗୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ହେଲଥ୍ ୟୁନିଟ ରହିଥିବା ବେଳେ ନର୍ଲା ସର୍ବ ପୁରାତନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମୋବାଇଲ ହେଲଥ୍ ୟୁନିଟ କାମ କରୁନି । କିନ୍ତୁ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୯୯୮ ମସିହାରୁ ମୋବାଇଲ ହେଲଥ୍ ୟୁନିଟ୍ ଆରମ୍ଭ ହୋଇଥିଲା । ସେଥିରେ ଏମ୍ବିବିଏସ୍ ଜଣେ ଡାକ୍ତରଙ୍କ ସମେତ ଜଣେ ଏଏନ୍ଏମ୍, ଏବଂ ଚାରିଜଣ ସ୍ୱାସ୍ଥ୍ୟ କର୍ମୀ ରହି ଭ୍ରାମ୍ୟମାଣ ଚିକିତ୍ସା ଯୋଗାଉଥିଲେ । ଦୁଇବର୍ଷ ଉକ୍ତ ମୋବାଇଲ ହେଲଥ୍ ୟୁନିଟ ଚାଲିବା ପରେ ତାହା ବନ୍ଦ ହୋଇଗଲା ଯେ ଏ ଯାଏଁ ଆଉ ଚାଲି ପାରୁନି । ନର୍ଲା ବ୍ଲକ୍ ଅଞ୍ଚଳ ରେ ଅନେକ ଆଭ୍ୟନ୍ତରୀଣ ଗାଁ ଓ କେଇ ଗୋଟି ଗ୍ରାମକୁ ଅପହଞ୍ଚ ଇଲାକା ଭାବରେ ମଧ୍ୟ ଗଣନା କରାଯାଇଥାଏ । କଳାହାଣ୍ଡି ଜିଲ୍ଲାର ବାକି ସମସ୍ତ ୧୨ ଗୋଟି ବ୍ଲକ ରେ ରହିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ହେଲଥ୍ ୟୁନିଟ୍ ପାଇଁ ସ୍ୱତନ୍ତ୍ର ଅଫିସ୍ ପ୍ରକୋଷ୍ଠ ଓ ସ୍ୱତନ୍ତ୍ର ଦୁଇଗୋଟି ମୋବାଇଲ ଭ୍ୟାନ ରହିଛି । ସେଥିରେ ଡାକ୍ତରୀ ଦଳ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ଗୁଡିକୁ ବୁଲି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଇଥାନ୍ତି । ଏହାରି ବଦଳରେ ନର୍ଲାରେ ନାମକୁ ମାତ୍ର ରହିଛି ମୋବାଇଲ ହେଲଥ୍ ଟିମ୍ । ଆୟୁସ୍ ମେଲ ଡାକ୍ତର ଡ.ସଞ୍ଜୟ ନାଏକଙ୍କ ନେତୃତ୍ୱରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ନେଇ ଗୋଟିଏ ଚାରି ଜଣିଆ ମୋବାଇଲ ହେଲଥ୍ ଟିମ୍ ୬ ମାସକୁ ଥରେ ଗୋଟିଏ ଅଙ୍ଗନୱାଡି ସେଣ୍ଟର ଏବଂ ବର୍ଷକୁ ଥରେ ଗୋଟିଏ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରିଥାନ୍ତି । ମୋବାଇଲ ହେଲଥ୍ ୟୁନିଟ୍ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ବେଳେ ମୋବାଇଲ ହେଲଥ୍ ଟିମ୍ ଆର୍ବିଏସକେ(ରାଷ୍ଟ୍ରୀୟ ବାଲ ସେବା କାର୍ଯ୍ୟକ୍ରମ) ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ଅଙ୍ଗନୱାଡି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଚିହ୍ନଟ ହେଉଥିବା ଗ୍ରହଣ ଖଣ୍ଡିଆ, ବଙ୍କାପାଦ ମୋତିଆବିନ୍ଦୁ, ଦୃଷ୍ଟି ଦୋଷ, ଶ୍ରବଣ ବାଧିତ ଶିଶୁ ଏଭଳି ୩୮ ଗୋଟି ରୋଗକୁ ଚିହ୍ନଟ କରି କେନ୍ଦ୍ର ସରକାରଙ୍କର ସହାୟତାରେ ମାଗଣାରେ ଔଷଧ ଦେଇ ତଥା ଅସ୍ତ୍ରେ୍ରାପଚାର କରି ଚିକିତ୍ସା କରାଯାଇଥାଏ । ହେଲେ ମୋବାଇଲ ହେଲଥ୍ ୟୁନିଟ ଭଳି ବ୍ଲକ୍ ଅଞ୍ଚଳର ଅପହଞ୍ଚ ଇଲାକା ରେ ରହିଥିବା ଗ୍ରାମ ଗୁଡିକର କେନ୍ଦ୍ର ସ୍ଥଳ ପଏଣ୍ଟକୁ ଯାଇ ତଥା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନର କେନ୍ଦ୍ର ଗୁଡିକୁ ଯାଇ ରୋଗିଣା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଚିକିତ୍ସା କରାଯାଇ ପାରୁନାହିଁ । ଯଦି ଏହି ଟିମ୍ ଗୁଡିକ ମୋବାଇଲ ହେଲ ୟୁନିଟ୍ ଅଧିନରେ କାମ କରନ୍ତା ତା ହେଲେ ନିପଟ ମଫସଲ, ଡାକ୍ତରଖାନା ରୁ ଦୁରରେ ରହିଥିବା ଗ୍ରାମ ଗୁଡିକୁ ଯାଇ କ୍ୟାମ୍ପ କରାଯାଇ ଗରୀବ, ନୀରିହ ଶ୍ରେଣୀର ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗଇ ଦେବାରେ ସୁବିଧା ହୁଅନ୍ତା ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଆଉ ଏହା ବିଶେଷ କରି ଉକ୍ତ ନିର୍ବାଚନୀ ମଣ୍ଡଳୀର ବିଧାୟକ ଚାହିଁଲେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରି ମୋବାଇଲ ହେଲଥ୍ ୟୁନିଟ କରିବାର ପ୍ରସ୍ତାବ ଦେଇ ପାରିବେ । ହେଲେ ନର୍ଲାର ତକ୍ରାଳୀନ ବିଜେଡି ଦଳୀୟ ବିଧାୟକଙ୍କୁ ନର୍ଲା ଜନସାଧାରଣ ବାରମ୍ବାର ଲେଖି ଜଣାଇବା ପରେ ମଧ୍ୟ କାହିଁକି କର୍ଣ୍ଣପାତ କଲେନାହିଁ ତାହା ଚିନ୍ତାର ବିଷୟ ଅଟେ । ବର୍ତ୍ତାମାନ ର ନର୍ଲା ବିଧାୟକ ଭୁପିନ୍ଦର ସିଂ ଙ୍କୁ ମଧ୍ୟ ନର୍ଲା ଜନ ସାଧାରଣ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ହେଲଥ୍ ଟିମ୍ ସାଙ୍ଗକୁ ମୋବାଇଲ ହେଲଥ୍ ୟୁନିଟ୍ କାର୍ଯ୍ୟକ୍ଷମ କରାଯାଉ ବୋଲି ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

ଏବିଷୟରେ ନର୍ଲା ବିଧାୟକ ଶ୍ରୀ ସିଂଙ୍କ ମତାମତ ଜାଣିବାକୁ ଚାହିଁବାରୁ ନର୍ଲା ଜନସାଧାରଣଙ୍କ ଅନୁରୋଧ କ୍ରମେ ମୁଁ ରାଜ୍ୟ ସରକାରଙ୍କୁ ମୋବାଇଲ ହେଲଥ୍ ୟୁନିଟ ନର୍ଲାରେ ତୁରନ୍ତ ଲାଗୁ କରାଯାଉ ବୋଲି ପ୍ରସ୍ତାବ ଦେଇସାରିଛି । ଖୁବ୍ ଶୀଘ୍ର ନର୍ଲାରେ ମଧ୍ୟ ମୋବାଇଲ ହେଲଥ୍ ୟୁନିଟ୍ କାର୍ଯକ୍ଷମ ହେବ ବୋଲି ସେ କହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷେ ରାଜ୍ୟ କାୟାକଳ୍ପ ଟିମ୍ ମୂଲ୍ୟାୟନରେ ନର୍ଲା ଡାକ୍ତରଖାନା ତିନି ତିନି ଥର କାୟାକଳ୍ପ ପୁରସ୍କୃତ ହୋଇ ସାରିଛି । ହେଲେ ଦେଖାଯାଉ ଦୀର୍ଘ ୨୩ ବର୍ଷ ରୁ ବନ୍ଦ ହୋଇପଡିଥିବା ନର୍ଲା ର ମୋବାଇଲ ହେଲଥ୍ ୟୁନିଟ୍ ପୁଣି କେବେ କାର୍ଯ୍ୟକ୍ଷମ ହେଉଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.