ଭାନପୁର ଗ୍ରାମରେ କ୍ରପ କଟିଙ୍ଗ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରେ ଚଳିତ ବର୍ଷ ମଧ୍ୟ ଶୀତଋତୁ ପାଇଁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷ କ୍ଷତି ସହିଥିବା ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ ନିମନ୍ତେ କ୍ରପକଟିଂ ଚାଲିଛି। ମଧ୍ୟମ ସମୟ ଅବଧି ଓ ବଡ ଧାନ ସବୁ ଶୀତ ଋତୁରେ ପାଚି ଯାଇଥାଏ । ଏଣୁ ଏହି ସମୟରେ କୃଷି ବିଭାଗ ତରଫରୁ କ୍ରପ କଟିଂ ଅନୁଷ୍ଠିତ ହୋଇଥାଏ । ଏଣୁ ଏହି ୧୫ ଦିନ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ରପକଟିଂ । ନର୍ଲା ବ୍ଲକ ଅଂଚଳର ସମସ୍ତ ୨୬ ଗୋଟି ଗ୍ରାମ ପଂଚାୟତ ରେ ଚାଲିଛି କ୍ରପ କଟିଙ୍ଗ । ଏଥିରେ ଚାଷୀ, ଗ୍ରାମ୍ୟ କୃଷି କର୍ମଚାରୀ, ଆରଆଇ, ଷ୍ଟାଟିଟିକାଲ ବିଭାଗ ଓ ଇନ୍ସୁରାନ୍ସ ଏଜେଣ୍ଟ ଉପସ୍ଥିତ ରହି କ୍ରପ କଟିଙ୍ଗ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ଗତ ଗୁରୁବାର ଭାନପୁର ଗ୍ରାମ ପଂଚାୟତ ର ରାକସୀ ଗ୍ରାମର ଶଲ୍ୟ କୁମାର ପଧାନଙ୍କ ଜମିରେ କ୍ରପ କଟିଂ ଅନୁଷ୍ଠିତ ହୋଇଥିଲା । ଆଜି ଶନିବାର ଭାନପୁର ଗ୍ରାମର କ୍ଷେତ୍ର ନାଗ ଙ୍କ ପ୍ଲଟ ନମ୍ବର ୧୮୮୧ ଜମିରେ ଚାଷୀ ଶ୍ରୀ ନାଗଙ୍କ ଉପସ୍ଥିତି ରେ କ୍ରପକଟିଂ କରାଯାଇଥିଲା । ଏଥିରେ ୨୫ ବର୍ଗ ମିଟର ଧାନ ଜମିରେ ୨୧ କିଲୋ ୧୦୦ ଗ୍ରାମ ଧାନ ବାହାରିଥିବା ଜଣାପଡିଛି । ଭାନ୍ପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରପକଟିଂ ଅନୁଷ୍ଠିତ ହୋଇଥିଲା । ଏହା ୨୫ ବର୍ଗ ମିଟର ବର୍ଗକ୍ଷେତ୍ର ଯୁକ୍ତ ଧାନ ଚାଷ କରାଯାଇଥିବା ଜମିର ଏକ ସ୍ଥାନରେ ମାପ କରାଯାଇ କ୍ରପ କଟିଂ କରାଯାଇଥିଲା । କେନ୍ଦ୍ର କୃଷି ବୀମା କମ୍ପାନୀର ପ୍ରତିନିଧି ରାଜେଶ୍ଵର ମାହାର ଉପସ୍ଥିତ ଥିଲେ । ଚଳିତ ବର୍ଷ ସମୟାନୁଯାୟୀ ଉତ୍ତମ ବର୍ଷା କାରଣରୁ ଧାନ ଫସଲ ବେଶ ଭଲ ହୋଇଥିବାରୁ ଆଦାୟ ମଧ୍ୟ ଉତ୍ତମ ରହିବ ବୋଲି କ୍ରପକଟିଂ ରିପୋର୍ଟରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.