ଆସନ୍ତା ୨୫ ବର୍ଷ ଭିତରେ ଭାରତ ବିଶ୍ଵଗୁରୁ ପାଲଟି ଯାଇଥିବ -ରାଷ୍ଟ୍ରପତି

ଓଡ଼ିଆ ବାର୍ତ୍ତା/ ବିଶାଖାପଟନମ: ଭାରତ ଦିନେ ବିଶ୍ୱଗୁରୁ ପାଲଟିବ । ସେ ଦିନ ଖୁବ ଶିଘ୍ର ଆସିବ । ଭାରତ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ ଅର୍ଥାତ ୨୦୪୭ ସୁଦ୍ଧା ଭାରତ ବିଶ୍ୱ ଗୁରୁ ହୋଇ ସାରିଥିବ । ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଏମିତି ଆସ୍ଥା ପ୍ରକଟ କରିଛନ୍ତି । ବିଶାଖାପଟନମର ରାମକୃଷ୍ଣ ତଟ ପାଖରେ ନୌସେନା ଦିବସ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଭାରତକୁ ମହାନ ବୋଲି ଏଥିପାଇଁ କୁହାଯାଇଛି ଯେ ଏହି ଦେଶ ଶକ୍ତି ସମ୍ପନ୍ନ ଲୋକଙ୍କର ଦେଶ । ସଙ୍ଗୀତ ହେଉ ବା ଖେଳ, ସଂସ୍କୃତି ବା ସେନା, ଭାରତୀୟଙ୍କ ପାଖରେ ଏମିତି ଶକ୍ତି ରହିଛି, ସେମାନେ ଭାରତକୁ ଆଗକୁ ନେଇ ଚାଲିଛନ୍ତି । ରାଷ୍ଟ୍ରପତି କହିଥିଲେ, ମୁଁ ଆଶ୍ୱସ୍ତ ଯେ, ଭାରତ ତାର ସ୍ବାଧୀନତାର ଶହେତମ ପୂର୍ତ୍ତି ସମାରୋହ ପାଳନ କରିବ । ସେତେବେଳକୁ ଭାରତ ବିଶ୍ୱଗୁରୁ ପାଲଟି ଯାଇଥିବ ଏବଂ ତାର ପୂର୍ବ ଗୌରବ ଫେରି ପାଇବ । ସେ ଦେଶରେ ଥିବା ସମସ୍ୟାକୁ ଇଙ୍ଗିତ କରି କହିଥିଲେ, କିଛି ଦୂରତା ରହିଛି ଯାହାକୁ ବନ୍ଦ କରିବାକୁ ପଡିବ ଯଦ୍ୱାରା ପ୍ରତ୍ୟେକ ଭାରତୀୟ ଗର୍ବର ସହ ଆଗକୁ ବଢିପାରିବ ଏବଂ ନୂଆ ତଥା ବିକଶିତ ରାଷ୍ଟ୍ର ଭାରତରେ ପ୍ରବେଶ କରିପାରିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ଭାରତୀୟ ନୌସେନର ଦାୟିତ୍ୱ ସେ ଭାରତର ଜାତୀୟ ସାମୁଦ୍ରିକ ସ୍ୱାର୍ଥ ପାଇଁ ଏକ ସୁରକ୍ଷା କବଚ ଏହା ସୁନିଶ୍ଚିତ କରିବା । ସେମାନେ ନିଜର ସଂକଳ୍ପ, ପ୍ରତିବଦ୍ଧତା, ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷତାର ବିକାଶ କରିବା ପାଇଁ ଦୃଢମନା ହେବାକୁ ପଡ଼ିବା ତିନି ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ଭାବେ ମୁଁ ଆଶ୍ୱସ୍ତ ଯେ, ନୌସେନା ନିଜକୁ ଏମିତି ଶକ୍ତିଶାଳୀ କରି ରଖିଥିବ ଏବଂ ନୂଆ ତଥା ବିକଶିତ ଭାରତର ଚିନ୍ତାଧାରଶ ସହ ଆଗକୁ ବଢି ଚାଲିଥିବା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.