ଗୋଲାମୁଣ୍ଡା ବ୍ଲକ ଗାଁ ସାଥି ସଂଘ ବୈଠକ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବୁରମୁଣ୍ଡାଠାରେ ଆଜି ବ୍ଲକ ଗାଁ ସାଥି ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇଥିଲେ । ଏହି ଅବସରରେ ଗାଁ ସାଥୀମାନେ ବ୍ଲକ ଅଧ୍ୟକ୍ଷଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ୭ ଦଫା ଦାବୀ ମଧ୍ୟରେ ବ୍ଲକ ତରଫରୁ ଗାଁ ସାଥୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ, ବ୍ଲକ ମାସିକ ବୈଠକରେ ଗାଁ ସାଥୀଙ୍କୁ ଡ଼କାଯାଉ, ଗାଁ ସାଥୀଙ୍କୁ ସିଧାସଳଖ ୱାର୍କ ଅର୍ଡର ଦିଆଯାଉ, ସୋ ପିଟରେ ଭଳି କାର୍ଯ୍ୟରେ ଗାଁ ସାଥୀଙ୍କୁ ନିୟୋଜିତ କରାଯାଉ, ଗାଁ ସାଥୀଙ୍କ ସେମି ସ୍କିଲ ପଇସା ସଠିକ ସମୟରେ ପ୍ରଦାନ କରାଯାଉ, ବ୍ଲକ ବ୍ୟତିତ ଅନ୍ୟାନ୍ୟ ବିଭାଗର ମନରେଗା କାର୍ଯ୍ୟରେ ଗାଁ ସାଥି ମାନଙ୍କୁ ନିୟୋଜିତ କରାଯାଉ । ଏହି ଦାବୀ ପତ୍ର ଗ୍ରହଣ କରିବା ସହିତ ଯଥା ଶୀଘ୍ର ଗାଁ ସାଥୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରିବା ସହିତ ବାକି ଦାବୀ ଗୁଡିକ ବିଷୟରେ ମଧ୍ୟ ବିଚାର କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ବ୍ଲକ ସଭାପତି ଶ୍ୟାମସୁନ୍ଦର ଛତ୍ରିଆ, ଉପ ସଭାପତି ରଞ୍ଜନ କୁମାର ସା, ସମ୍ପାଦକ ନବୀନ ଟୋଲଟିଆ, ସହ ସମ୍ପାଦକ ଅରକ୍ଷିତ ସାଗର, ଉପଦେଷ୍ଟା ତୁଲାରାମ ସାହୁଅରୁଣୀ ବେହେରା, ପ୍ରମୋଦ ଭୋଇ ଙ୍କ ସମେତ ବ୍ଳକର ୨୮ ଗୋଟି ଗ୍ରାମପଞ୍ଚାୟତର ଗାଁ ସାଥି ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.