ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଦିନ ସ୍ଥାନୀୟ ମଙ୍ଗଳା ମନ୍ଦିର ଠାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ମଶାଲ ଯାତ୍ରା ପହଞ୍ଚିଥିବା ବେଳେ ଦୁଇ ଦିନ ଧରି ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ମିଟର ଦୌଡ଼, ଲମ୍ବ ଡିଆଁ, ୨୦୦ ମିଟର ଦୌଡ଼, ସଟ ପୁଟ ଥ୍ରୋ, ଡ଼ିସକସ ଥ୍ରୋ, ଉଚ୍ଚ ଡିଆଁ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଜାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁ, ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ଘଡେଇ, ଖେଳ ଶିକ୍ଷକ ବିପିନ ବିହାରୀ ଦାସ,ଦେବାଶିଷ ମିଶ୍ର, ପୁନମ କୁଜୁର, ରାଜଶ୍ରୀ ନନ୍ଦ, ନରେଶ ଲିମଗୋଚ୍ଛା, ନମ୍ରତ୍ତା ନାଏକ, ମମତା ମଙ୍ଗରାଜ, ସୁବାସ ନାଏକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.