ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨ ପାଇଁ ସ୍ଥାୟୀ ବିକାଶ ରିପୋର୍ଟରେ ନେଟ ଜିରୋକୁ ତ୍ବରାନ୍ବିତ କରିବାକୁ ଘୋଷଣା

ମଧ୍ୟ ରାଷ୍ଟ୍ରୀୟ ଉର୍ଜା ସଂରକ୍ଷଣ ଦିବସରେ ଜଳବାୟୁ ସମ୍ବନ୍ଧିତ ଆର୍ଥିକ ଡିସଜର ପାଇଁ ଟାସ୍କଫୋର୍ସ ଜଳବାୟୁ ପରିବର୍ତନ ଉପରେ ମେଡେନ ରିପୋର୍ଟ ଆରମ୍ଭ କରିଛି 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ,୧୪|୧୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ନିର୍ମାତା ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଆର୍ଥିକ ବର୍ଷ ୨୦୨୨ ପାଇଁ ଏହାର ସ୍ଥାୟୀ ବିକାଶ ରିପୋର୍ଟକୁ ଉନ୍ମୋଚିତ କରିଛି । ଅର୍ଥନୈତକି କାର୍ଯ୍ୟଦକ୍ଷତା, ଯୋଗାଣ ଶୃଙ୍ଖଳା ପରିଚାଳନା, ଜଳବାୟୁ ପରିବର୍ତନ ଓ ଶକ୍ତିପରିଚାଳନା, ବାୟୁ ଗୁଣବତା ଓ ନିର୍ଗମନ ନିୟନ୍ତ୍ରଣ, ଜଳ ପରିଚାଳନା ଜୈବ ବିବିଧତା ପରିଚାଳନା, ନିରାପତା, ସ୍ୱାସ୍ଥ୍ୟ ଓ କଲ୍ୟାଣ ଇତ୍ୟାଦି ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି ।

Omkar Vasthu
Omkar Vasthu

ଜଳବାୟୁ ପରିବର୍ତନ ଉପରେ ବେଦାନ୍ତ ଆଲୁମିନିୟମ ଏହାର ପ୍ରଥମ ରିପୋର୍ଟ ମଧ୍ୟ ଆରମ୍ଭ କରିଛି, ଯାହାର ନାମ ରୋଡ଼ ଟୁ ନେଟ ଜିରୋ କାର୍ବନ, ଯାହା ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ପ୍ରକାଶନ କିମ୍ବା ଟିସିଡୀ ଫ୍ରେମୱର୍କ ବାଂଚା ପାଇଁ ଟାସ୍କଫୋର୍ସ ସହ ସଂଯୁକ୍ତ । ରିପର୍ଟ ମାଧ୍ୟମରେ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ କଂପାନି ଏହାର ହୀତାଧିକାରୀମାନଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ସୁଯୋଗ, ଜଳବାୟୁ ପରିଚାଳନା ରଣ ନୀତି, ପ୍ରତିବଦ୍ଧତା ଓ କାର୍ଯ୍ୟଦଦକ୍ଷତା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି। କଂପାନିର ୱେବସାଇଟ : ରେ ଏହା ଉପଲବ୍ଧ https://vedantaaluminium.com/sustainability/sustainability-report/ ହୋଇ ପାରିବ ।

Pearl dental clinic
Near Ashish Medical Store, Bhawanipatna

ଏହି ରିପୋର୍ଟର ଶୁଭାରମ୍ଭ କରି ଶ୍ରୀ ରାହୁଲ ଶର୍ମା, ସିଇଓ- ଆଲୁମିନିୟମ ବ୍ୟବସାୟ, ବେଦାନ୍ତ ଲି କହିଛନ୍ତିଯେ- ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବେଦାନ୍ତ ଆଲୁମିନିୟମର ସ୍ଥାୟୀ ବିକାଶ ରିପୋର୍ଟ ଓ ଟିସିଏଫଡି ରିପୋର୍ଟ ଉନ୍ମୋଚନ କରି ଆମେ ଆନନ୍ଦିତ । ଏକ ନେଟ ଜିରୋ ଜଳବାୟୁ ସ୍ଥିର ଆଲୁମିନିୟମ ବ୍ୟବସାୟ ପାଇଁ ଆମର ସଂକଳ୍ପ । ଆମେ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ ଯାହା ପରିବେଶ ପରିବର୍ତନ ଉପରେ ନିର୍ଭରଶୀଳ । ତେଣୁ ଅକ୍ଷୟ ଶକ୍ତି ବ୍ୟବହାର, ଅଙ୍ଗାରକାମ୍ଳ ହ୍ରାସ, ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ଧ୍ୟାନ ଦେଇ ଆମେ ୨୦୩୦ ଓ ୨୦୫୦ ସୁଦ୍ଧା ମାଇଲ ଖୁଟ ସ୍ଥାପନ କରିବାକୁ ଆଶାୟୀ ।

Udyog Nursery
Udyogi Nursery

ବେଦାନ୍ତ ଆଲୁମିନିୟମର ଏସଡି ଓ ଟିସିଏଫଡି ରିପୋର୍ଟର ପ୍ରମୁଖ ବୈଶିଷ୍ଟ୍ୟ:

୨.୨୭ ମିଲିୟନ ଟନ ଆଲୁମିନିୟମର ଐତିହାସିକ ଉତ୍ପାଦନ ଯାହା ପୂର୍ବ ବର୍ଷ ତୁଳନାରେ ୧୫% ବୃଦ୍ଧି। 

• ଏସଏଚଜି ନିର୍ଗମନ ତୀବ୍ରତା ହ୍ରାସ ଯାହା ଭାରତରେ ଉତ୍ପାଦିତ ଆଲୁମିନିୟମ ତୁଳନାରେ ବହୁତ କମ ଅଟେ ।

• ବ୍ରାଣ୍ଡେଡ ରୋସୋରା, ଭାରତରୁ ପ୍ରଥମ ସବୁଜ ଆଲୁମିନିୟମ ସୃଷ୍ଟି ।

• ୩ ବିଲିୟନ ୟୁନିଟର ଅକ୍ଷୟଶକ୍ତି କ୍ରୟ କରିବାରେ ବୃହତ ଶିଳ୍ପ ଉପଭୋକ୍ତା ।

• ଆମ ଆଲୁମିନିୟମ ସ୍ମେଲଟରକୁ ୩୮୦ ମେଗାୱାଟ ଅକ୍ଷୟ ବିଦ୍ୟୁତ ଯୋଗାଣ ପାଇଁ ଚୁକ୍ତି ।

୨୦୧ ବେସଲାଇନରୁ ୨୦୨୨ରେ ଏସଏଚନି ନିର୍ଗମନ ତୀବ୍ରତା ୨୪% ହ୍ରାସ ।

ଲିଥୁୟମ୍-ଆୟନ ବ୍ୟାଟେରୀ ଚାଳିତ ଭାରତର ସର୍ବବୃହତ ଇଭି ଫର୍କଲିଫ୍ଟର।

ଆଲୁମିନିୟମ୍ ଅପରେସନ୍ ପାଇଁ ଜଳକୁ ପଜିଟିଭ୍ କରିବା ପାଇଁ ଟିୟୂଭି-ଏସୟୁତି ସହିତ ସହଭାଗୀତା । 

● ଆଲୁମିନିୟମ ଉଦ୍ୟୋଗ ପାଇଁ ଡାଓ ଜୋନଓ ସସଟାନବିଲିଟି ଇଣ୍ଡେକ୍ସ ବିଶ୍ୱ ବ୍ୟାଙ୍କିରେ ୪ର୍ଥ ସ୍ଥାନ।

• ବର୍ଷରେ ୮୨୭ ନିୟୁତ ଲିଟରରୁ ଅଧିକ ଜଳ ସଂରକ୍ଷଣ ସ୍ଥିରତା ଉପରେ ପଦକ୍ଷେପ ଗ୍ରହଣ।

• ପ୍ରଭାବଶାଳୀ ସମାଜିକ ହସ୍ତକ୍ଷେପ ମାଧ୍ୟମରେ ୦.୩୮ ନିୟୁତ ମହିଳା ଓ ଶିଶୁଙ୍କ ଜୀବରେ ସକାରାତ୍ମ ପରିବର୍ତନ ସୃଷ୍ଟି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.