ସ୍ଵଚ୍ଛାଗ୍ରାହୀ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ବଚ୍ଛାଗ୍ରାହୀ ସଂଘ ପକ୍ଷରୁ ବୁଧବାର ଜିଲ୍ଲା ସଭାପତି ତେଜରାଜ ଦୂରିଆଙ୍କ ନେତୃତ୍ବରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ବଚ୍ଛାଗ୍ରାହୀ ମାନଙ୍କୁ ଓଡିଏଫ୍ କାର୍ଯ୍ୟରେ ସାମିଲ କରିବା ସହ ତାଙ୍କର ବିଭିନ୍ନ ଦାବିକୁ ପୂରଣ କରିବା ପାଇଁ ସଂଘ ପକ୍ଷରୁ ଗୁହାରି କରାଯାଇଛି। ତେବେ ସମସ୍ୟାର ସମାଧାନ କରିବା ଦିଗରେ ସଂଘ ସହିତ ଆଲୋଚନା କରାଯିବ ନେଇ ବିଡ଼ିଓ ବାଗ କହିଥିବା ଜଣାପଡିଛି। ଏ‌ହି ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଳକ ସ୍ବଚ୍ଛାଗ୍ରାହୀ ସଂଘ ସଭାପତି ଖଗେଶ୍ବର ନାଏକ, ସମ୍ପାଦକ ଧନବଳ ନାଏକ, ଉପସଭାପତି ପୁଷ୍ପଧ୍ବଜ ଶବର, ସହ ସମ୍ପାଦକ ଧର୍ମେନ୍ଦ୍ର କୁମାର ନାଗ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ଚଣ୍ଡୀ ସମେତ ଲକ୍ଷ୍ମୀଧର ବେଶ୍ରା, ସୁଶାନ୍ତ ବାଗ, ଗଣପତି ପୁଝାରୀ, ଗୋବର୍ଦ୍ଧନ ଘି, କୈଳାସ ଚନ୍ଦ୍ର ନାଏକ, ଜୟନ୍ତୀ କର ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.