ଡିଏଭି ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ ଲାଞ୍ଜିଗଡ଼ର ସୁନା ପୁଅ ହିତେଶ ମହାଖୁଡ

ପୂର୍ବରୁ ଦୁଇ ଦୁଇ ଥର କରାଟେ ଜାତୀୟ ବିଜେତା ହୋଇ କଳାହାଣ୍ଡି ପାଇଁ ଆଣି ଦେଇଛନ୍ତି ସୁନାମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୁଇ ଥର କରାଟେ ଜାତୀୟ ବିଜେତା ହୋଇ କଳାହାଣ୍ଡି ପାଇଁ ସୁନାମ ଆଣି ଦେଇଥିବା ଲାଞ୍ଜିଗଡ଼ର ସୁନା ପୁଅ ହିତେଶ ଏଥର ଆଉ ଏକ ନୂତନ କିର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। ଯାହାକୁ ନେଇ କ୍ରୀଡ଼ାପ୍ରେମୀ ମହଲରେ ଉତ୍ସୁକତା ଦେଖାଦେଇଛି। ଲାଞ୍ଜିଗଡ଼ ଡ଼ିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ହିତେଶ କୁମାର ମହାଖୁଡ ଝାରଖଣ୍ଡ ରାଜ୍ୟ ରାଞ୍ଚିରେ ହେବାକୁ ଥିବା ଡିଏଭି ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ। ଆସନ୍ତା ୨୩ ଓ ୨୫ ଦୁଇଦିନ ଧରି ରାଞ୍ଚିରେ ହେବାକୁ ଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଗସ୍ତ କରିଛନ୍ତି ହିତେଶ।

Omkar Vasthu
Omkar Vasthu

ଗତ ଅକ୍ଟୋବର ୨୮ ଓ ୨୯ ଦୁଇ ଦିନ ଧରି ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରି ଡିଏଭି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ ହିତେଶ। ଏହା ପୂର୍ବରୁ ହିତେଶ ୨୦୧୬ ମସିହାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ରାଜ୍ୟ କରାଟେ ପ୍ରତିଯୋଗିତାରେ ଭାଗନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୬ ଓଡ଼ିଶା ରାଜ୍ୟ ୨୪ ତମ କରାଟେ ପ୍ରତିଯୋଗିତାରେ ଭାଗ ନେଇ ରୌପ୍ୟ ପଦକ ହାସଲ କରିଥିଲେ। ୨୦୧୭ ମସିହାରେ ପଶ୍ଚିମବଙ୍ଗ ରାଜ୍ୟ କଲିକତା ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି।ସେହିପରି ଓଡ଼ିଶାର ଭୁବନେଶ୍ଵର ଠାରେ ୨୦୨୧ ମସିହା ନଭେମ୍ବର ୨୮ ଓ ୨୯ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ଓପନ କରାଟେ ପ୍ରତିଯୋଗିତାରେ ଭାଗନେଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ବର୍ତ୍ତମାନ ସେ ଝାରସୁଗୁଡାରେ ଡିଏଭି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଗୁରୁବାର ନିଜ ବିଦ୍ୟାଳୟର ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀଙ୍କ ସହ ଜାତୀୟ ସ୍ତର ପାଇଁ ରାଞ୍ଚି ଗସ୍ତ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିପ୍ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ ଯାଦବ, ତିରନ୍ଧାଜ କୋଚ୍ ଶୀମାଞ୍ଚଳ କାଟ୍ରାକା, ଲାଞ୍ଜିଗଡ଼ କରାଟେ କୋଚ୍ ସେନପାଇ କ୍ଷମାନିଧି ମହାଖୁଡ ପ୍ରମୁଖ ହିତେଶଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.