ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଅଲଟ୍ରା ସାଉଣ୍ଡ, ଏକ୍ସରେ ଓ ମା ଗୃହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ୍ସରେ ସେବା, ଅଲଟ୍ରାସାଉଣ୍ଡ ସେବା ସହିତ ଏକ ମାଆ ଗୃହର ଶୁଭ ଉଦ୍ଘାଟନ କରିଛନ୍ତି କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ନର୍ଲା ବିଧାୟକ ଭୂପିନ୍ଦର ସିଂ। ଏହି ସେବା ପାଇଁ ମଦନପୁର ରାମପୁର ଅଞ୍ଚଳବାସୀ ଦୀର୍ଘବର୍ଷ ଧରି ଦାବୀକରି ଆସୁଥିଲେ। ବର୍ତ୍ତମାନ ଏହା ପୂରଣ ହୋଇଛି। ଏହା ଦ୍ବାରା ଅନେକ ରୋଗୀ ଓ ଗର୍ଭବତୀ ମାଆ ଉପକୃତ ହେବେ ବୋଲି ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ମିତ୍ରା ପ୍ରକାଶ କରିଛନ୍ତି। ଏହି ଅବସରରେ କର୍ଲାମୁଣ୍ଡା ଓ କେସିଙ୍ଗାର ଦୁଇଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରlପ୍ତ ଚିକିତ୍ସା ଅଧିକାରୀ ଡ଼ା. ସୁଧୀର ଦୀପ ଉପସ୍ଥିତ ଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଅବନୀ ରଞ୍ଜନ ମହାପାତ୍ରଙ୍କ ମାର୍ଗ ଦର୍ଶନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମ. ରାମପୁର ବିଡିଓ ବିନୟ କୁମାର ଭୋଇ, ସିଡିପିଓ କୁସୁମ ପ୍ରହରାଜ, ଏନଏଚଏମର ବିପିଏମ ସନ୍ଦୀପ ସିଂହ ଉପସ୍ତିତ୍ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗରୁ ଶକ୍ତି ସିଂ, ଭବାନୀ ଶଙ୍କର ସାହୁ, ଜ୍ଞାନେନ୍ଦ୍ର ଭୋଇ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ତଥା କର୍ମଚାରୀ ଉପସ୍ଥିତ ଥିଲେ। ମଦନପୁର ରାମପୁର ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବିଧାୟକ ମହୋଦୟଙ୍କୁ ଧନ୍ୟବାଦ ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.