କୁଲତା ସମାଜ ଭବନ ନିର୍ମାଣରେ ସହଯୋଗ ଅତୁଟ ରହିବ -ନର୍ଲା ବିଧାୟକ ଭୁପିନ୍ଦର ସିଂ

ବାଲିପଡାଠାରେ କୁଲତା ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ‘କୁଲତା ସମାଜ ଭବନ ନିର୍ମାଣରେ ମୋର ସହଯୋଗ ଆଗକୁ ଅତୁଟ ରହିବ’ ବୋଲି ବାଲିପଡା ଠାରେ କୁଲତା ସମାଜ ପାଇଁ ନୂତନ ଭବନ ଶିଳାନ୍ୟାସ କରି ବକ୍ତବ୍ୟ ରଖିଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୁଲତା ସମାଜର ପୂର୍ବତନ ସଭାପତି ସ୍ବର୍ଗତ ତ୍ରିଲୋଚନ ପଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ଅଶୋକ ପଧାନ ଗତ ୧୬ ତାରିଖରେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀଙ୍କୁ ସମର୍ପଣ କରି କୁଲତା ସମାଜକୁ ୬ ଡିସିମିଲ ଭୂମି ଦାନ କରିଥିଲେ । ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବିଜୟ ଭୋଇ, ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଧାନ, ସମ୍ପାଦକ ଗଙ୍ଗାଧର ପଧାନ, ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ କମିଟିର ସଭାପତି ଓ ସମ୍ପାଦକ, ମହିଳା ପ୍ରତିନିଧି ପ୍ରମିଳା ପଧାନ, ସମ୍ପାଦିକା କୁନ୍ତଳା ଗଡତିଆ, ନର୍ଲା (୪) ଆଞ୍ଚଳିକ କୁଲତା ସମାଜ ସଭାପତି ଦେଶରାଜ ଗଡତିଆ, ସମ୍ପାଦକ ତପନ ପଧାନ, ଜିଲ୍ଲା ସଭ୍ୟ ବିଶେଶ୍ବର ପଧାନ ତଥା ଭାନପୁର ଗ୍ରାମ୍ୟ କମିଟି ସଭାପତି ଉଦିତ ନାରାୟଣ ପଧାନ, ସମ୍ପାଦକ ଧିରୋଜ ପଧାନ, ବିଧାୟକ ପ୍ରତିନିଧି ପରେଶ ପଧାନ ଓ କଳାହାଣ୍ଡି ବିଶା ଶହେ ଜାତିଭାଇଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ସିଂ ଶିଳାନ୍ୟାସ କରିଥିଲେ । ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ପଞ୍ଚାୟତର ବାଲିପଡା ଠାରେ କୁଲତା ସମାଜ ଭବନର ନିର୍ମାଣ ପାଇଁ ଆଜି ଅପରାହ୍ନରେ କୁଳତା ସମାଜର ସଦସ୍ୟ, ସ୍ଥାନୀୟ ଜନ ସାଧାରଣଙ୍କ ଉପସ୍ଥିତିରେ ନିଳାନ୍ୟାସ କରିଛନ୍ତି ନର୍ଲା ବିଧାୟକ । ଏନେଇ କୁଳତା ସମାଜର ପଦାଧିକାରୀ ଓ ସଦସ୍ୟ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ମଞ୍ଚ କାର୍ଯ୍ୟକ୍ରମ ଶେଷରେ ବିଧାୟକ ଓ କୁଲତା ସମାଜ ସଭାପତି ତଥା କୁଲତା ସମାଜର କର୍ମକର୍ତ୍ତାଙ୍କୁ ଭାନପୁର କୁଲତା ସମାଜର ଗ୍ରାମ୍ୟ କମିଟି ସଭାପତି ଉଦିତ ନାରାୟଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.