ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଖୁଣ୍ଟିଆ ପଞ୍ଚାୟତ ପିପଲପଡାର ଭିନ୍ନକ୍ଷମ ଯୁବତୀ ଭୋଜନି ଧରୁଆ(୨୨)ଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଭୋଜନି ଦିର୍ଘ ଦିନରୁ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ଟ୍ରାଇ ସାଇକେଲ ଟିଏ ପାଇନ ଥିଲେ। ଏହି ବିଷୟରେ ପିପଲପଡାର ୱାର୍ଡ ମେମ୍ବର ବଳରାମ ନାଏକ ସମାଜସେବୀ ପ୍ରଦୀପ କୁମାର ସିଂହଙ୍କୁ ଅବଗତ କରି ଥିଲେ । ଏ ବାବଦରେ ପ୍ରଦିପ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକଙ୍କ ଉପସ୍ଥିତରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ଭୋଜନିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଟ୍ରାଇ ସାଇକେଲ ପାଇବା ପରେ ପ୍ରଶାସନଙ୍କୁ ଭୋଜନି ଓ ତାଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି।