ଓଡ଼ିଆ ବାର୍ତ୍ତା/ କଟକ: ଭୁବନେଶ୍ୱରର ଅମନ ହେଲ୍ପିଂ ହ୍ୟାଣ୍ଡସ୍ ସାମାଜିକ ଅନୁଷ୍ଠାନର ଅଧ୍ୟକ୍ଷା ଅନୀତା ନାୟକ କଟକ ସ୍ଥିତ ଦୈନିକ ସମାଜ କାର୍ଯ୍ୟାଳୟର ଲୋକ ସେବକ ମଣ୍ଡଳରେ ନିଜର ବହୁମୂଲ୍ୟ ଅଙ୍ଗ ସହିତ ଶରୀର ଦାନ କରିଥିବା ଜଣାପଡିଛି । ଏହି ଅବସରରେ ଅନୀତା କହିଛନ୍ତି ଯେ, ଆମେ ଯଦି ସମସ୍ତେ ନିଜର ଅଙ୍ଗ ଦାନ କରିବା ତେବେ ମୃତ୍ୟୁ ପରେ ବି ଅମର ହୋଇ ରହିବା । ଏହାସହ ଅନେକ ପରିବାରର ଓଠରେ ହସ ଫୁଟେଇ ପରିବା । କାରଣ ମୋ ବାପାଙ୍କ ମୃତ୍ୟୁ ଦୁଇଟି ଯାକ କିଡିନି ଖରାପ ପାଇଁ ହୋଇଥିଲା ଆଉ ସେତେବେଳେ ଯଦି କିଡିନି ପ୍ରତିରୋପଣ ହୋଇ ପାରିଥାନ୍ତା ତେବେ ମୋ ବାପା ହୁଏତ ଆଜି ଆମ ସହ ଥାନ୍ତେ ।