ଗିଗିନା ପଂଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଇଂରାଜୀ ବର୍ଷ ଶେଷ ସୋମବାର ୨୬/୧୨ ନର୍ଲା ବ୍ଲକର ଗିଗିନା ଗ୍ରାମ ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ଗିଗିନା ଗ୍ରାମ୍ୟ କୃଷି କର୍ମାଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ସିଡିପିଓ ନିବାସିନୀ ବିଶ୍ୱାଳ, ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ, ରୁପ୍ରାରୋଡ଼ ଫରେଷ୍ଟର ଶ୍ରୀ ଠାକୁର, ବିଦ୍ୟୁତ ବିଭାଗ ଅଧିକାରୀ, ଯୋଗାଣ ବିଭାଗ ତଫରୁ ପିତାମ୍ବର ଗୌଡ଼, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ନର୍ଲା ଯୋଗାଣ ବିଭାଗରୁ ଡିଇଓ ପିତାମ୍ବର ଗୌଡ଼, ଭାନପୁର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷୀରସିନ୍ଧୁ ରଣା, ବ୍ଲକ ସ୍ତରୀୟ ଅଧିକାରୀ, ଓଏଲଏମ କର୍ମଚାରୀ ସନତ କୁମାର ସାହୁ, ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ନାଏବ ସରପଞ୍ଚ ଲବଙ୍ଗ ହରପାଲ, ଗିଗିନା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଗିଗିନା ସରପଞ୍ଚ ସୁଧାମୟୀ କୁମାରଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରପଞ୍ଚ ଶ୍ରୀମତୀ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା । ଶିବିରକୁ ଗିଗିନା ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୫୩୪ ଅଭିଯୋଗ କାରୀଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଛି। ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ, ପାନୀୟ ଜଳ ଯୋଗାଣ ବିଷୟ ଗୁଡିକ ଉପରରେ ଅଭିଯୋଗ ମାନ ହୋଇଥିଲା । ଗିଗିନା ଗ୍ରାମ ପଂଚାୟତରେ ପ୍ରଥମ କରି ଯୁଗ୍ମ ଅଭିଯୋଗ ଶୁଣାଣି ହେଉ ଥିବାରୁ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.