କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡଙ୍କ କ୍ରାନ୍ତୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ଆଜି ବୁଧବାର କ୍ରାନ୍ତୀ ଶୋଭାଯାତ୍ରାରେ ରୋଡ ଶୋ କରିଛନ୍ତି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମାଜକୁ ଦୁର୍ନିତି ମୁକ୍ତ କରିବା । ଦେଶ ତଥା ରାଜ୍ୟରେ ସୁ ଶାସନ ପ୍ରତିଷ୍ଠା କରିବା । ରାଜ୍ୟକୁ ରାମ ରାଜ୍ୟ କରି ଗଢି ତୋଳିବା । ଦେଶ ସ୍ୱାଧିନତାର ମହାନାୟକ ସୁବାଷ ଚନ୍ଦ୍ର ବୋଷ ବିଦେଶ ଭୂମିରେ ଆଜାଦ୍ ହିନ୍ଦ ଫୌଜ ଗଠନ କରି ତାଙ୍କ ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ । ଭାରତ ସ୍ୱାଧିନ ପୂର୍ବରୁ ୧୯୪୩ ଡିସେମ୍ବର ୩୦ ତାରିଖରେ ଭାରତର ସ୍ୱାଧିନତା ଘୋଷଣା କରି ଇଂରେଜ ସରକାରଙ୍କୁ ଦୋହଲାଇ ଦେଇଥିଲେ । ନେତାଜୀଙ୍କର ଏଭଳି ପଦକ୍ଷେପକୁ ସେତେବେଳେ ଅନେକ ରାଷ୍ଟ୍ରଙ୍କ ସମର୍ଥନ ମିଳିଥିଲା । ଫଳରେ ଭାରତ ସ୍ୱାଧିନପ୍ରାପ୍ତି ପ୍ରକ୍ରୀୟା ଅଧିକ ତ୍ୱରାନ୍ୱୀତ ହୋଇଥିଲା । ନେତାଜୀଙ୍କର ଏହି ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ଡ. ସୁନୀତି ମୁଣ୍ଡ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଡିସେମ୍ବର ୩୦ରେ ଭବାନୀପାଟଣା ଠାରେ କ୍ରାନ୍ତି ଦିବସ ପାଳନ କରି ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ ଗୋଟି ବ୍ଲକ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିବେ ଡ. ମୁଣ୍ଡ । ଏହି ଯାତ୍ରା ଜାନୁୟାରୀ ୨୩ ପରାକ୍ରମ ଦିବସରେ ଉଦଯାପିତ ହେବ ବୋଲି ଜଣାପଡିଛି । ଏହି ଦିନ ଭାରତର ଦୁଇ ମହାନ ସ୍ୱାଧିନତା ସଂଗ୍ରାମୀ, ଦୁଇ ବରପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ରହିଛି । ଏହି କ୍ରମରେ ଆଜି ବୁଧବାର ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରୁ କ୍ରାନ୍ତି ଶୋଭାଯାତ୍ରୀ ଦଳ ବାହାରି ନଗର ପରିକ୍ରମା କରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ ।

Udyog Nursery
Udyogi Nursery

ଏଥିରେ ବିଶିଷ୍ଟ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ସାରଥି ନାୟକ, ବରିଷ୍ଠ ସମାଜସେବୀ ତଥା ରାଜନିତିଜ୍ଞ ପର୍ଶୁରାମ ପଣ୍ଡା, ଶିକ୍ଷାବିତ୍ ବସନ୍ତ ମହାପାତ୍ର, ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ଅଜୟ ନନ୍ଦ, ଲକ୍ଷ୍ମଣ ଦୀପ, ଆଶା, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆପଣ ମାନଙ୍କ ସମସ୍ତଙ୍କ ସହଯୋଗ ରହିଲେ ନିଶ୍ଚୟ କ୍ରାନ୍ତୀଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଫଳ ହେବ । ଆପଣ ମାନଙ୍କ ସହଯୋଗରେ କଳାହାଣ୍ଡି କାହିଁକି ସାରା ଓଡିଶାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.