ମିଲେଟ ଶକ୍ତି ଟିଫିନ ସେଣ୍ଟର ପରିଦର୍ଶନ କଲେ କଳାହାଣ୍ଡି ଜିଲ୍ଲାପାଳ

ମାଣ୍ଡିଆ ଚା ପିଇ ସନ୍ତୋଷ ବ୍ୟକ୍ତ କଲେ ଜିଲ୍ଳାପାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ସର୍ଗିଗୁଡା ରେଳବାଇ ଫାଟକ ନିକଟରେ ଗତ ସପ୍ତାହରେ ଆରମ୍ଭ ହୋଇଥିବା ମାଣ୍ଡିଆରେ ତିଆରି ସାମଗ୍ରୀର ଜଳଖିଆ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ମହିଳାମାନଙ୍କ ହାତ ତିଆରି ମାଣ୍ଡିଆ ଚା ପିଇ ସନ୍ତୋଷ ବ୍ୟକ୍ତ କରିଥିଲେ ଜିଲ୍ଲାପାଳ । ସର୍ଗିଗୁଡା ଦୁର୍ଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମିଲେଟ ଟିଫିନ ସେଣ୍ଟରରେ କ୍ଷୁଦ୍ର ଶସ୍ୟ ମାଣ୍ଡିଆରେ ତିଆରି ମାଣ୍ଡିଆ ଲଡୁ, ଚା, ବରଫି, କେକ, ଲଡୁ, ସମୋସା ପ୍ରଭୃତି ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ହାତ ତିଆରି ଜଳଖିଆ ଉପଲବ୍ଧ ହେଉଛି । ଏକ ନୂଆ ଧରଣର ଜଳଖିଆ ପ୍ରତି ଖାଉଟିକଙ୍କ ଆକର୍ଷଣ ବଢୁଥିବା ମଧ୍ୟ ଜଣା ପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ବୁଧବାର କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଶା ରେଡି ତାଙ୍କ ନର୍ଲା ଗସ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ସବୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା । ଜିଲ୍ଲାପାଳଙ୍କ ସହ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲାରେ ମିଲେଟ ମିସନ ପରିଚାଳନା କରୁଥିବା ବାଲିପଡା ସ୍ୱେଚ୍ଛାସେବୀ ଅନୁଷ୍ଠାନର ପରିଚାଳକ ସୁକାନ୍ତ ଚାନ୍ଦ, ବ୍ଲକ୍ ସଂଯୋଜକ ଥବିର ସାହୁ, ନର୍ଲାର କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଆଇସିଡିଏସର ସୁପରଭାଇଜର ଫୁଲଜେନସିଆ ସୋରେନ, ଗୀତାଞ୍ଜଳୀ ସାହୁ, ଦୀପ୍ତି ମିଶ୍ର, ଲାଭଳିହୁଡ଼ ମିଶନ ର ବ୍ଲକ ସଂଯୋଜକ ସନତ କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ବେଳେ ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି ଓ ମା ଶିବାନୀ ଗୋଷ୍ଠୀ ଭଟାଙ୍ଗ, ଜୟ ଜଗନ୍ନାଥ ଗୋଷ୍ଠୀ ପଟାଙ୍ଗପଡା, ମା ଶାରଦା ଗୋଷ୍ଠୀ, ସାଧନା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଓମ ଶାନ୍ତି ଗୋଷ୍ଠୀ ସର୍ଗିଗୁଡା, ମା ଧରଣୀ ଗୋଷ୍ଠୀ ଗେଟପଡା, ବଜରଙ୍ଗବାଲି ନର୍ଲାରୋଡ ପ୍ରଭୃତି ସ୍ୱୟଂ ସହାୟକ ଗୋଷ୍ଠୀ ସମବେତ ହୋଇ ଜିଲ୍ଲାପାଳଙ୍କୁ ବନ୍ଦାପନା କରି ପାଛୋଟି ନେବା ସହ ମାଣ୍ଡିଆରେ ପ୍ରସ୍ତୁତ ସମସ୍ତ ଜଳଖିଆ ସାମଗ୍ରୀ ଗୁଡିକ ଶିବଶକ୍ତି ବ୍ଲକ ଫେଡେରେସନର ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ଗ୍ରାମ ପଞ୍ଚାୟତ ଫେଡେରେସନର ସମ୍ପାଦିକା ଜୟନ୍ତୀ ନନ୍ଦ ପ୍ରମୁଖ ଦେଖାଇବା ସହ ଏହାର ତିଆରି ପ୍ରକ୍ରୀୟା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ନର୍ଲା ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଏହାପରେ ସର୍ଗିଗୁଡା ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ହେଉଥିବା ସିମେଣ୍ଟ ରିଙ୍ଗ, ଘର ତିଆରି ବେଳେ ସ୍କାଏ ଲାଇଟ ପାଇଁ ବ୍ୟବହୃତ ସିମେଣ୍ଟ ଜାଲି ଗୁଡିକ ପରିଦର୍ଶନ କରିଥିଲେ । ମାଣ୍ଡିଆ ଟିଫିନ ଷ୍ଟଲ ଦୋକାନ ଭଡାଘରେ ଚାଲୁଥିବାରୁ ଗୋଷ୍ଠୀ ଖର୍ଚ୍ଚାନ୍ତ ହେଉଥିବା ଜାଣି ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଓ ଶିବଶକ୍ତି ଗୋଷ୍ଠୀ ପାଇଁ ମଧ୍ୟ ଏକ ଗୃହ ମନରେଗା ଯୋଜନାରେ ନିର୍ମାଣ କରିଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ମାଣ୍ଡେଲର ଫାଇବ୍-ଟି ହାଇସ୍କୁଲ ପରିଦର୍ଶନ କରି ସେରଗଡ ଗ୍ରାମ ପଞ୍ଚାୟତର ଲିମୁରସିଙ୍ଗା ଯାଇ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କାଗଜ ପ୍ଲେଟ ୟୁନିଟ, ଡାଲି ପ୍ରୋସେସିଂ ୟୁନିଟ, ଗୋଟାରୀ ଫାର୍ମ, ମାଛ ଚାଷ ପ୍ରଭୃତି ବୁଲି ଦେଖିବା ସହ ଉଦ୍ୱୋଧନ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.