ଜେପି ସାନ୍ଧ୍ୟ କଲେଜର ଅଧ୍ୟକ୍ଷ ଦାଇତ୍ୱ ଗ୍ରହଣ କଲେ ଅଧ୍ୟାପକ ଭୁବନ ମୋହନ ଠାକୁର

ଉତ୍ତମ ଛାତ୍ରଛାତ୍ରୀ ଗଢିତୋଳିବା ମୋର ଲକ୍ଷ୍ୟ -ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ୱ ଗ୍ରହଣ କରିଛନ୍ତି ଭୁଗୋଳ ଅଧ୍ୟାପକ ଭୁବନ ମୋହନ ଠାକୁର । ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ଅବସର ଗ୍ରହଣ ପରେ ଉକ୍ତ କଲେଜର ସିନିୟର ଅଧ୍ୟାପକ ଭାବରେ ଶ୍ରୀ ଠାକୁରଙ୍କୁ ଅଧ୍ୟକ୍ଷ ଦାଇତ୍ୱ ମିଳିଥିବା ଜଣାପଡିଛି । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କଲେଜରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ସେଠାରେ ବିଦାୟୀ ଅଧ୍ୟକ୍ଷ ଶ୍ରୀ ପାଢୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହ ଭୁଗୋଳ ଅଧ୍ୟାପକ ଶ୍ରୀ ଠାକୁରଙ୍କୁ ଅଧ୍ୟକ୍ଷ ଦାଇତ୍ୱ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରିଷିଡା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଣୟ ତ୍ରୀପାଠୀ, କର୍ଲାପଡା କଲେଜ ଅଧ୍ୟକ୍ଷ ବିନୋଦ ପଟ୍ଟନାୟକ, ବୋର୍ଡା କଲେଜର ଅଧ୍ୟାପକ ସୁମନ ରଥ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ବିଦାୟୀ ଅଧ୍ୟକ୍ଷ ଶ୍ରୀ ପାଢୀ ଓ ନୂଆ ଅଧ୍ୟକ୍ଷ ଶ୍ରୀ ଠାକୁର ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟର ଷ୍ଟାଫ ମାନଙ୍କ ମଧ୍ୟରେ ପ୍ରଫେସର ଏସ୍ଭି ସିବପ୍ରସାଦ, ଓ ପ୍ରଫେସର ପ୍ରବୀଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅଶୋକ ପଣ୍ଡା, ପ୍ରଦୀପ ମିଶ୍ର, ଅଧ୍ୟାପକ ରଥବାବୁ ଏବଂ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭୁବନ ମୋହନ ଠାକୁର ନର୍ଲା ଯୁକ୍ତଦୁଇ ଜୁନିୟର କଲେଜରେ ଦୀର୍ଘ ୨୩ ବର୍ଷ ଧରି ଭୂଗୋଳ ଅଧ୍ୟାପକ ଭାବରେ କାର୍ଯ୍ୟ କରିସାରିଥିବା ବେଳେ ୧୦ ବର୍ଷ ଧରି ନର୍ଲା ଜୁନିୟର କଲେଜର ଅଧ୍ୟକ୍ଷ ପଦବୀରେ ରହି ନର୍ଲା କଲେଜକୁ ଓଡିଶାରେ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କର କର୍ତ୍ତବ୍ୟ ନିଷ୍ଠ, କଠୋର ସାଧନା, ସମୟାନୁବର୍ତ୍ତିତା ଓ ଛାତ୍ର ବତ୍ସଳ ସ୍ୱଭାବ ପାଇଁ ଆଜି ମଧ୍ୟ ନର୍ଲା କଲେଜର ଛାତ୍ରଛାତ୍ରୀ ଓ ଷ୍ଟାଫ୍ ମାନେ ଝୁରି ହେଉଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କୁ ପାଠ୍ୟଦାନ ସହିତ ନୈତିକ ମୂଲ୍ୟ ବୋଧତା, ସଦ୍ ଆଚରଣ, ସମୟାନୁବର୍ତ୍ତିତା ଓ ଜୀବନରେ କିଛି କରିଦେଖାଇବାର ସାହସ ରଖିବା ପାଇଁ ଅଗ୍ରସର ହେବା ଭଳି ଛାତ୍ରାଛାତ୍ରୀ ଗଢି ତୋଳିବା ମୋର ଏକ ମାତ୍ର ଲକ୍ଷ୍ୟ ଓ ପ୍ରୟାସ ବୋଲି ତାଙ୍କ ଦାଇତ୍ୱ ଗ୍ରହଣ ଅଭିଭାଷଣରେ କହିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.