ସାମାଜିକ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧା: ଆଉ କାହାପାଇଁ ସରକାରୀ ଯୋଜନା ???

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ସମାଜରେ ଅସହାୟ ଏବଂ ଅବହେଳିତ ଅବସ୍ଥାରେ ଦୁର୍ବିସହ ଜୀବନ କାଟୁଥିବା ଲୋକଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଏବଂ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ରାଜକୋଷରୁ ନିୟମିତ ଖର୍ଚ୍ଚ ହୋଇଚାଲିଛି କୋଟିକୋଟି ଟଙ୍କା।ଅନେକ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗର ଲୋକେ ଏହି ସହାୟତାକୁ ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଅବହେଳାର ଶିକାର ହୋଇ ସରକାରୀ ସହାୟତାକୁ ଅପେକ୍ଷା କରି କରି ଜୀବନ ଶେଷ ହୋଇଯାଉଛି। ଇତି ମଧ୍ୟରେ ସରକାରଙ୍କ ଏହି ସହାୟତା ପାଇବା ପାଇଁ ଅଗଣିତ ଗୁହାରୀ ନିଷ୍ଫଳବାଚୀ ହୋଇପଡିଛି।  ଆଜିର ସମାଜର ଏଭଳି ଏକ ବାସ୍ତବ ଉଦାହରଣ ହେଉଛନ୍ତି ୬୫ ବର୍ଷୀୟା ବୃଦ୍ଧା ହୁବାଏ ମାଝୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗ୍ରାମ ପଞ୍ଚାୟତ ଅଧିନ ନିକେଶଜୋର୍ ଗ୍ରାମର ବୃଦ୍ଧ ନିଳାଧର ମାଝୀଙ୍କ ସ୍ତ୍ରୀ ହୁବାଏ ମାଝୀ। ବୟସର ଅପରାହ୍ନରେ ଉପନୀତ ହୁବାଏ ଦୀର୍ଘ ବର୍ଷ ହେବ ନିଜ ଦୃଷ୍ଟି ଶକ୍ତି ହରାଇ ଅସହାୟ ଭାବରେ ଦୟନୀୟ ଜୀବନ ଜିଉଁଥିବା ଦେଖିବାକୁ ମିଳିଛି। ସାମାଜିକ ସୁରକ୍ଷା ଯୋଜନାରୁ ମାସିକ ଭତ୍ତା ଖଣ୍ଡିକ ସ୍ବପ୍ନ ପିଲଟିଯାଇଛି। ଆଧାର ପ୍ରମାଣପତ୍ର ହେଉନଥିବା ଯୋଗୁଁ ଖାଦ୍ୟ ସୁରକ୍ଷା ଯୋଜନାରୁ ମଧ୍ୟ ବଞ୍ଚିତ ହେବାକୁ ପଡିଛି ବୃଦ୍ଧା ହୁବାଏଙ୍କୁ। ଅବଶ୍ୟ ସ୍ବାମୀ ନିଳାଧରଙ୍କୁ ଭତ୍ତା ୫୦୦ ଟଙ୍କା ମାସିକ ଏବଂ ଚାଉଳ ୫ କିଲୋ। ବୃଦ୍ଧ ବୟସରେ ଆଉ ସେଇ ଶକ୍ତି ନାହିଁ ଅନେକ ସମୟରେ ପର ଉପରେ ଭରସା କରିବାକୁ ପଡିଥାଏ ନିଳାଧରଙ୍କୁ। ପରିବାର କହିଲେ ଉଭୟ ସ୍ବାମୀ ସ୍ତ୍ରୀ ଛଡା ଆଉ କେହି ନାହିଁ ସାହାରା ଦେବାକୁ ନା ସାହା ହେବାକୁ।  ସରକାର ଏହି ଅସହାୟ ପରିବାର ପ୍ରତି ସୁଦୃଷ୍ଟି ଦେବା ସହିତ ଆଖିରୁ ଆଲୁଅ ଚାଲିଯାଇଥିବା ବୃଦ୍ଧା ହୁବାଏକୁ ସାମାଜିକ ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ସହାୟତା ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି। ହେଲେ ସରକାରଙ୍କ ଯୋଜନା ବାସ୍ତବରେ କେତେ ଯଥାର୍ଥତା ତାହା ବୃଦ୍ଧା ହୁବାଏଙ୍କ ନିକଟରେ ସାବ୍ୟସ୍ତ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.