ଉତ୍କେଲା ଆଞ୍ଚଳିକ ଯାଦବ ସମିତି କର୍ମକର୍ତ୍ତା ଚୟନ: ଅର୍ଜୁନ ପୋଢ ସଭାପତି, ଟଙ୍କଧର ନାଏକ ସାଧାରଣ ସମ୍ପାଦକ 

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ବ୍ଲକ ଉତ୍କେଲା ଆଞ୍ଚଳିକ ଯାଦବର ଏକ ବୈଠକ ବଙ୍ଗଳାପଡା ସ୍ଥିତ ଶିବ ମନ୍ଧିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲଙ୍କ ଅଧ୍ୟକ୍ଷତାରେ କୋକୋଡମାଲ, ଉତ୍କେଲା, ଠେମେରା, କଣ୍ଟାମାଲ, କାଦୋପଡା ଗ୍ରାମର ଯାଦବ ବନ୍ଧୁ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିର୍ଘଦିନ ଧରି ଖାଲି ପଡିଥିବା ଉତ୍କେଲା ଆଞ୍ଚଳିକ ସଭାପତି ପଦବୀ ପୁରଣ ପାଇଁ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ଉତ୍କେଲା ଆଞ୍ଚଳିକ ଯାଦବ ସମାଜର ସଭାପତି ଭାବରେ ଅର୍ଜୁନ ପୋଢ, ଉପସଭାପତି ପିତାମ୍ବର ଜାଲ, ସାଧାରଣ ସମ୍ପାଦକ ଟଙ୍କଧର ନାଏକ, ସହ ସମ୍ପାଦକ ସୁଦର୍ଶନ ଭୋଇ, କୋଷାଧ୍ୟକ୍ଷ ଭାବରେ ଦେବରାଜ କରୁଆଁଙ୍କୁ ଚୟନ କରାଯାଇଥିଲା। ଆଞ୍ଚଳିକ ଯାଦବ ସମିତି ଉତ୍କେଲାର ପାଞ୍ଚ ଜଣ ଯାଦବ କାର୍ଯ୍ୟକର୍ତାଙ୍କୁ ନେଇ କାର୍ଯ୍ୟକାରିଣି ଦାୟିତ୍ବ ଦେଇ ସଂଗଠନ କୁ ଆଗାମୀ ଦିନରେ ସକ୍ରିୟ କରାଯିବାକୁ ସ୍ଥିର କରାଯାଇଥିଲା। ଉକ୍ତ ସଭାରେ ବ୍ଲକ ସମ୍ପାଦକ ଘନଶ୍ୟାମ ଗହିର, ଚାଞ୍ଚେର ଆଞ୍ଚଳିକ ସଭାପତି ସୁଚନ୍ଦ୍ର ଗଉଡ, କଶୃପଡା ଆଞ୍ଚଳିକ ସଭାପତି କ୍ଷିରସିନ୍ଧୁ ବିଶି, ଗୋକୁଲେଶ୍ବର ଆଞ୍ଚଳିକ ସଭାପତି ଯୁଗଳକିଶୋର ଭାଟି, ବ୍ଲକ କାର୍ଯ୍ୟକାରି ସଭାପତି ଦୟାସାଗର ନାଏକ, ଅଜିତ ନାଏକ, ସନ୍ତୋଷ ବାଗ, ଲଲିତ ନାଏକ, ଦେବରାଜ କରୁଆଁ, ମନେଷ କୁମାର ନାଏକ, ତ୍ରିଲକ୍ଷ ନାଏକ, ପ୍ରଶାନ୍ତ ପୋଢ, ବଲଦେବ ପାୟାସିଂ ଭାଗରଥି ନାଏକ, ନିଷିତ ରଞ୍ଜନ ନାଏକ, କାଣ୍ଡେଲର ପଙ୍କଜ ଗଉଡ ପ୍ରମୁଖ ଓ ଗ୍ରାମବାସୀଙ୍କ ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.